୩ କଂଗ୍ରେସ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଜମ୍ମୁ : ଜମ୍ମୁ କଶ୍ମୀର ଗସ୍ତ କରିଥିବା ୟୁରୋପୀୟ ସଂଘ ସାଂସଦ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରିଥିବା ୩ ଜଣ କଂଗ୍ରେସ ନେତାଙ୍କୁ ଆଜି କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକ ଉସମନ୍‌ ମଜିଦ୍‌, ରାଜ୍ୟ ସାଧାରଣ ସଚିବ ଚନ୍ନି ସିଂହ ଏବଂ ମୁଖପାତ୍ର ଫାରୁକ୍‌ ଅନ୍ଦ୍ରାବି ଶ୍ରୀନଗରରେ ଇୟୁ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରିଥିଲେ। ତେବେ କଂଗ୍ରେସ ଏହାକୁ ଅତି ଗମ୍ଭୀରତାର ସହ ନେଇଛି ଏବଂ ବିନା ଅନୁମତି‌ରେ କାହିଁକି ଏହି ୩ ନେତା ଇୟୁ ପ୍ରତିନିଧି ଦଳଙ୍କୁ ଭେଟିଲେ ସେନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସପ୍ତାହକ ମଧ୍ୟରେ ଏ ସଂକ୍ରାନ୍ତ‌ରେ ଉତ୍ତର ରଖିବା ପାଇଁ ୩ ନେତାଙ୍କୁ କୁହାଯାଇଛି ବୋଲି ଜମ୍ମୁ କଶ୍ମୀର କଂଗ୍ରେସ କମିଟି ଅଧ୍ୟକ୍ଷ ଗୁଲମ ଅହମଦ ମୀର କହିଛନ୍ତି।

ସମ୍ବନ୍ଧିତ ଖବର