ଜୁନ ୧୦ପରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ରହିବ ନାହିଁ ବୋଲି କହିଲେ କଂଗ୍ରେସ ନେତା

ବେଙ୍ଗଲୁରୁ: କର୍ଣ୍ଣାଟକରେ ଚାଲିଛି କଂଗ୍ରେସ-ଜେଡିଏସ ମେଣ୍ଟ ସରକାର । କିନ୍ତୁ ଏହି ସରକାର ଗଠିତ ହେବାଦିନଠାରୁ ଉଭୟ ଦଳର ନେତାମାନେ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ମେଣ୍ଟକୁ ଅଡ଼ୁଆରେ ପକାଇଛନ୍ତି।

ପୁଣି ଜଣେ କଂଗ୍ରେସ ନେତା ଏନ ରଜନ୍ନା ଏଭଳି ବୟାନ୍ ଦେଇ ଛନ୍ତି। ସେ ଉପ-ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କୁ ଟାର୍ଗେଟ କରି କହିଛନ୍ତି, ରାଜ୍ୟର ବର୍ତ୍ତମାନ ମେଣ୍ଟ ସରକାର ଜୁନ ୧୦ ପରେ ରହିବ ନାହିଁ । ପରମେଶ୍ୱରଙ୍କୁ ଟାର୍ଗେଟ କରି ସେ କଂଗ୍ରେସ ନେତା କହିଛନ୍ତି ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହାପରେ ଦଳର ଅବସ୍ଥା ଖରାପ ହେବ। ଏହି ସରକାର ଅତି ବେଶୀରେ ଜୁନ ୧୦ ଯାଏଁ ତିଷ୍ଠି ରହିବ ବୋଲି ସେ କହିଛନ୍ତି।

ଏଣେ କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ବଂଚାଇବା ପାଇଁ କ୍ୟାବିନେଟରେ ପରିବର୍ତ୍ତନ ଲାଗି ଯୋଜନା କରୁଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ।

ସମ୍ବନ୍ଧିତ ଖବର