ତିନି ତଲାକ୍ ବିଲକୁ କଂଗ୍ରେସ ଓ ଜେଡିୟୁର ବିରୋଧ

ନୂଆଦିଲ୍ଲୀ: ଏଥର ସଂସଦ ଅଧିବେଶନରେ ପୁଣି ତିନି ତଲାକ ବିଲ ଆଣିବାକୁ ସରକାର ଯୋଜନା କରିଛନ୍ତି। ତେବେ ଏହାକୁ ଏନ୍‌ଡିଏର ସହଯୋଗୀ ଦଳ ଜେଡିୟୁ ମଧ୍ୟ ବିରୋଧ କରିବ ବୋଲି କହିଛି। ବର୍ତ୍ତମାନ ଯେଉଁ ସ୍ଥିତିରେ ଏହି ବିଲ୍‌ ରହିଛି ତାହାକୁ ଆମେ ସମର୍ଥନ କରିପାରିବୁ ନାହିଁ ବୋଲି ଜେଡିୟୁ ନେତା କେ.ସି. ତ୍ୟାଗୀ କହିଛନ୍ତି। କଂଗ୍ରେସ ଦଳ ମଧ୍ୟ ଏହି ବିଲ୍‌କୁ ବିରୋଧ କରିବ ବୋଲି ଘୋଷଣା କରିଛି। ଏହି ବିଲ୍‌ରେ ଥିବା କେତେକ ପ୍ରସଙ୍ଗରେ ଆଲୋଚନା ଏବଂ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କଂଗ୍ରେସ କହିଛି।

ସମ୍ବନ୍ଧିତ ଖବର