ଗୁଜରାଟବାସୀ ବିଜେପିର ବୋଲି କଂଗ୍ରେସ ଜାଣିଛି: ମୋଦି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାନଚ ଲାଗି ମୋଦି ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆଜି ଗୁଜରାଟରେ ୩ଟି ସ୍ଥାନରେ ଜନସମାବେଶରେ ଯୋଗ ଦେଇଥିବା ମୋଦିଙ୍କ ସହିତ ତାରକା ପ୍ରଚାରକ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଭିନ୍ନ ଜନସମାବେଶରେ ଯୋଗ ଦେଇଥିଲେ। ମୋଦି ଆଜି ନିଜର ବିଜୟ ବାବଦରେ ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ ଗୁଜରାଟରେ ବିଜେପିର ବିପୁଳ ବିଜୟ ହେବ କଂଗ୍ରେସ ଭଲଭାବେ ଅନୁଭବ କରିସାରିଛି। ଗୁଜରାଟର ବାସିନ୍ଦା ହିଁ ବିଜେପିର ଏବଂ ସେମାନଙ୍କ ସମର୍ଥନ କେବଳ ବିଜେପି ପାଇଁ। ଏହା ଜାଣି ପାରି କଂଗ୍ରେସ ପ୍ରଥମ ପର୍ଯର୍୍ୟାୟ ନିର୍ବାଚନରେ ଇଭିଏମ୍‌ ଜାଲିଆତି ପ୍ରସଙ୍ଗ ଉଠାଇଛି ବୋଲି ମୋଦି କଟାକ୍ଷ କରିଛନ୍ତି

ସମ୍ବନ୍ଧିତ ଖବର