ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଲୋକସଭାରେ ପୁଣି ଅସଂସଦୀୟ ଶବ୍ଦ ବ୍ୟବହାର କରିଛନ୍ତି। ସେ ବିଜେପିର ଜଣେ ସଦସ୍ୟଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୁଳନା ସ୍ବାମୀ ବିବେକାନନ୍ଦନଙ୍କ ଦ୍ବାରା କରାଯିବାକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଶାଳୀନ ଶବ୍ଦ ବ୍ୟବହାର କରିଥିଲେ। ବାଚସ୍ପତି ତାଙ୍କର ଏହି ବୟାନକୁ ଗୃହର ରେକର୍ଡରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧୀର ରଂଜନ କହିଥିଲେ ସ୍ବାମୀ ବିବେକାନନ୍ଦ ଆଧ୍ୟାତ୍ମିକ ଯୁଗରେ ରହୁଥିଲେ, ଆମେ ଏବେ ଭୌତିକ ଯୁଗରେ ରହୁଛେ। ଏହା କହିବା ସହ ସେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏକ ଅଶାଳୀନ ଶବ୍ଦ କହିଥିଲେ। ଅଧୀରଙ୍କ ଏଭଳି ଶବ୍ଦ ପ୍ରୟୋଗକୁ ବିଜେପି ସଦସ୍ୟମାନେ ଜୋର୍‌ଦାର ବିରୋଧ କରିଥିଲେ। ପୂର୍ବରୁ ମଧ୍ୟ ଲୋକସଭାରେ ଅନେକ ଥର ବିବାଦୀୟ ବୟାନ ଦେଇ ଅଧୀର ରଂଜନ ଚର୍ଚ୍ଚାରେ ରହିଛନ୍ତି।

ସମ୍ବନ୍ଧିତ ଖବର