ଝାରଖଣ୍ଡ: ଗତ ମଙ୍ଗବାର ୧୦ଘଣ୍ଟା ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାରଖଣ୍ଡ ମନ୍ତ୍ରୀ ଆଲାମଗିରି ଆଲାନଙ୍କୁ ପଚରାଉଚରା କରିବା ପରେ ବୁଧବାର ଗିରଫ କରିଛି। । ଆଲାମଗିରି ଆଲାନ ଝାରଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଟନ୍ତି।
ସୂଚନାଯୋଗ୍ୟ, ମଇ ୬ ତାରିଖରେ ଆଲାମଗିରି ଆଲାନଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘର ସମେତ ରାଞ୍ଚିର ଏକାଧିକ ସ୍ଥାନରେ ଚଢ଼ାଉ କରି ୩୭ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜବତ ହୋଇଥିବା ୩୭କୋଟି ଟଙ୍କା ସବୁ ୫୦୦ଟଙ୍କିଆ ନୋଟ ଥିଲା।
ବିପୁଳ ପରିମାଣର ଅର୍ଥ ଜବତ ହେବା ପରେ ଇଡି ମନ୍ତ୍ରୀ ଆଲାମଗିରି ଆଲାନଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କୁ ଗିରଫ କରିଥିଲା। ତାଙ୍କ ବ୍ୟତୀତ ଚଢ଼ାଉ ସମୟରେ ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରୁ ବି ବିପୁଳ ପରିମାଣର ଅର୍ଥ ଜବତ ହୋଇଥିବାରୁ ତାଙ୍କୁ ବି ଗିରଫ କରିଥିଲା।
ଏହି ଚଢ଼ାଉ ଝାରଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗରେ କିଛି ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାକୁ ନେଇ ହୋଇଥିଲା। ଏହି ଘଟଣାରେ ବିଭାଗର ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର କେ ରାମଙ୍କୁ ଗତ ବର୍ଷ ଫେବ୍ରୁଆରିରେ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/48447179-cfb4-4bca-905c-4890c77469d8.jpg)
