କଂଗ୍ରେସ ନେତ୍ରୀଙ୍କ ବିବାଦୀୟ ବୟାନ: କୃଷକଙ୍କୁ ମଦ ଓ ଟଙ୍କା ଦିଅ ପଛେ, ଆନ୍ଦୋଳନ କିନ୍ତୁ ଜାରି ରହୁ

ଚଣ୍ଡୀଗଡ଼: କୃଷକ ଆନ୍ଦୋଳନକୁ ନେଇ ହରିୟାଣାର ଜଣେ ନେତ୍ରୀ ବିବାଦୀୟ ବୟାନ ଦେଇଛନ୍ତି | କୃଷକ ଆନ୍ଦୋଳନକୁ ନେଇ ହରିୟାଣାର କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ କଂଗ୍ରେସ ନେତ୍ରୀ ବିଦ୍ୟା ଦେବୀ ଜିନ୍ଦରେ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି | ବିଦ୍ୟା ଦେବୀ କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ, ‘ଆନ୍ଦୋଳନରେ ଭାଗ ନେଇଥିବା କୃଷକଙ୍କୁ ଯଥାସମ୍ଭବ ସାହାଯ୍ୟ କର | କୃଷକମାନଙ୍କୁ ମଦ କିମ୍ବା ଟଙ୍କା ଦେବାକୁ ସେ ତାଙ୍କ କର୍ମୀଙ୍କୁ କହିଛନ୍ତି’ |

ବିଦ୍ୟା ଦେବୀ କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ, ‘କଂଗ୍ରେସ ଯେବେଠାରୁ ହାରିଆସୁଛି, କଂଗ୍ରେସର ଅସ୍ତିତ୍ବ କମିବାରେ ଲାଗିଛି | କିନ୍ତୁ ବର୍ତ୍ତମାନ କୃଷକ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଥିବାରୁ ଯେକୌଣସି ପରିସ୍ଥିତିରେ କୃଷକ ଆନ୍ଦୋଳନକୁ ଚଲାଇବାକୁ ପଡିବ | ଆନ୍ଦୋଳନରେ ଭାଗ ନେଇଥିବା କୃଷକଙ୍କୁ ପର୍ଯ୍ୟାପ୍ତ ମଦ ଓ ଟଙ୍କା ପଛେ ଦିଆଯାଉ, କିନ୍ତୁ ଆନ୍ଦୋଳନ ଜାରି ରହୁ | ଯାହାର ଯେତିକି ସାମର୍ଥ୍ୟ ଅଛି ସେହି ଅନୁସାରେ ସାହାଯ୍ୟ କରନ୍ତୁ’ |

Kisan Aandolan: कांग्रेस नेत्री के बिगड़े बोल-किसानों को चाहे पैसे दो या शराब बांटो, लेकिन आंदोलन चलना चाहिए

ସୂଚନା ଥାଉ କି ବିଦ୍ୟା ଦେବୀ ଜିନ୍ଦ ର ନରବନା ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ବି ହାରିଯାଇଥିଲେ | ଉଲ୍ଲେଖଯୋଗ୍ୟ ଯେ ହରିୟାଣାର କୃଷି ମନ୍ତ୍ରୀ ଜେପି ଦଲାଲ ଶନିବାର ଦିନ ବିବାଦୀୟ ବୟାନ ଦେଇଥିଲେ | ସେ କୃଷକଙ୍କ ମୃତ୍ୟୁକୁ ନେଇ କହିଥିଲେ ଯେ, ଆନ୍ଦୋଳନ କଥା ଛାଡ଼ନ୍ତୁ, ଘରେ ଥିଲେ ବି କେହି ନା କେହି କୃଷକ ମରିଥାନ୍ତେ | ଯେଉଁ କୃଷକମାନେ ଘରେ ଅଛନ୍ତି ସେମାନେ କଣ ମରିନାହାନ୍ତି କି ? କେହି ହୃଦଘାତର ଶିକାର ହେଉଛନ୍ତି ତ ପୁଣି କେହି ରୋଗରେ ମରିଯାଉଛନ୍ତି |

ସମ୍ବନ୍ଧିତ ଖବର