ଭୋଟ ଗଣତି ସମୟରେ କଂଗ୍ରେସ ନେତାଙ୍କ ଉଡିଗଲା ପ୍ରାଣବାୟୁ

ଭୋପାଳ: ଲୋକସଭା ନିର୍ବାଚନ-୨୦୧୯କୁ ନେଇ ଭୋଟ ଗଣତି ଜୋରସୋର ଆରମ୍ଭ ହୋଇଯାଇଛି। ରାଜନେତାଙ୍କ ହୃଦସ୍ପନ୍ଦନ ବି ସେମିତି ବଢ଼ିବାରେ ଲାଗିଛି। ଏହି କ୍ରମରେ ମଧ୍ୟପ୍ରଦେଶରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସେଠାରେ ଜଣେ କଂଗ୍ରେସ ନେତା ହୃଦ୍‌ଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସେହୋର ଜିଲ୍ଲାରେ ବସବାସ କରୁଥିବା ରତନ ସିଂହ ଭୋଟ୍‌ ଗଣତି କେନ୍ଦ୍ରରେ ଥିଲେ। କିଏ କେତେ ଆଗୁଆ ରହିଲେ, ସେନେଇ ସେ ତଥ୍ୟ ସଂଗ୍ରହ କରୁଥିଲେ। ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ଙ୍କ ଭିତରୁ କେହି କିଛି ବୁଝିବା ପୂର୍ବରୁ ରତନ ସିଂହ ସେଠାରେ ହିଁ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ରତନ ସିଂହଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର