କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୪ଦିନ ଜେରା କରିବା ପରେ ସେପ୍ଟେମ୍ବର ୩ରେ ଗିରଫ କରିଥିଲା ଇଡି । ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଦିଲ୍ଲୀ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିବା ଜଣାପଡ଼ିଛି । ଏହା ସହ ଅଦାଲତର ଅନୁମତି ବିନା ସେ ବିଦେଶ ଗସ୍ତ କରି ପାରିବେ ନାହିଁ ବୋଲି ତାଙ୍କୁ ଆଦେଶ ଦିଆଯାଇଛି । ଦୁଇ ଜଣ  ଜାମିନଦାର  ଓ ୨୫ଲକ୍ଷ ଟଙ୍କା ଜମା  ବଦଳରେ ତାଙ୍କୁ ଜାମିନକୁ ମଞ୍ଜୁର କରିଥିବା ଜଣା ପଡ଼ିଛି ।

Image result for dk-shivakumar
Bangalore Mirror

ସୂଚନା ମୁତାବକ, କର୍ଣ୍ଣାଟକରେ କଂଗ୍ରେସ ପାର୍ଟିର ମୁଖ୍ୟ ସଂକଟମୋଚକ ଭାବେ ଜଣାଶୁଣା  ଡିକେ ଶିବକୁମାରଙ୍କୁ ଭେଟିବାକୁ ବୁଧବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତିହାର ଜେଲ୍‌ରେ ପହଞ୍ଚିଥିଲେ। ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କୁ ମଧ୍ୟ ଗାନ୍ଧୀ ତିହାର ଜେଲ୍‌ରେ ଭେଟିଥିଲେ।

ସମ୍ବନ୍ଧିତ ଖବର