ସୋସିଆଲ ମିଡ଼ିଆରେ ନକଲି ଭିଡ଼ିଓ ସେୟାର କରି ଫସିଲେ ସଂବିତ ପାତ୍ର, ତାରିକ ଫତେ, ପୁଲିସରେ ଅଭିଯୋଗ କଲେ କଂଗ୍ରେସ ନେତା

ଲକ୍ଷ୍ନୌ : ସୋସିଆଲ ମିଡ଼ିଆରେ ନକଲି ଭିଡ଼ିଓ ସେୟାର କରି ଅଡ଼ୁଆରେ ଫସିଯାଇଛନ୍ତି ବିଜେପି ନେତା ସଂବିତ ପାତ୍ର ଓ ପାକିସ୍ତାନୀ ବଂଶୋଦ୍ଭବ କାନାଡା ଲେଖକ ତାରିକ୍‌ ଫତେ । ଏହି ଭିଡ଼ିଓ ସେୟାର କରି ତାଙ୍କ ସମ୍ମାନହାନୀ କରିଥିବା ଅଭିଯୋଗ କରି ଉତ୍ତରପ୍ରଦେଶର କଂଗ୍ରେସ ନେତା ନସିମୁଦ୍ଦିନ ସିଦ୍ଦିକି ପୁଲିସରେ ଅଭିଯୋଗ କରିଛନ୍ତି ।

ସଂବିତ ଓ ତାରିକ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଥରେ ଯେଉଁଥିରେ ଜଣେ ବ୍ୟକ୍ତି କହୁଛି ଯେ ସେ ପ୍ରଥମେ ମୁସଲମାନ ଓ ପରେ ଭାରତୀୟ । ଏହି ବ୍ୟକ୍ତି ସିଦ୍ଦିକି ବୋଲି ଉଭୟ ଦାବି କରିଥିଲେ । କିନ୍ତୁ ଏହି ବ୍ୟକ୍ତି ପ୍ରକୃତରେ ସିଦ୍ଦିକି ନଥିଲେ, ସେ ଥିଲେ ସମାଜବାଦୀ ପାର୍ଟି ନେତା ମାଭିୟା ଅଲ୍ଲି । ଏହି ଭିଡ଼ିଓଟି ମଧ୍ୟ ୨୦୧୭ର ।

ଏ ସଂପର୍କରେ ପ୍ରତିକ୍ରିୟା ରଖି ସିଦ୍ଦିକି କହିଛନ୍ତି ଯେ ସଂବିତ ପାତ୍ର ଓ ତାରିକ ଫତେ ତାଙ୍କୁ ନେଇ ଏକ ନକଲି ଭିଡ଼ିଓ ଫେସବୁକ ଓ ଟ୍ଵିଟରରେ ସେୟାର କରିଥିଲେ । ସେଥିରେ ଥିବା ବ୍ୟକ୍ତି ସେ ନୁହଁନ୍ତି, କଣ୍ଠସ୍ୱର ମଧ୍ୟ ତାଙ୍କର ନୁହେଁ । ତାଙ୍କ ସମ୍ମାନହାନୀ କରିବାକୁ ଏହି ଭିଡ଼ିଓ ସେୟାର କରାଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର