ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜନାର୍ଦନ ଦ୍ବିବେଦୀଙ୍କ ପୁଅ ସମୀର ଦ୍ବିବେଦୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସେ ଅନୁପ୍ରାଣିତ ହୋଇଥିବା କହିଛନ୍ତି। ବିଜେପିର ଜାତୀୟ ସାଧାରଣ ସଚିବ ଅରୁଣ ସିଂହଙ୍କ ଉପସ୍ଥିତିରେ ସମୀର ଆଜି ବିଜେପିରେ ସାମିଲ ହୋଇଥିଲେ। ଶିକ୍ଷିତ ଏବଂ ଉତ୍ତମ ଲୋକ ରାଜନୀତିରେ ଯୋଗ ଦେବା ଉଚିତ ବୋଲି ସମୀର ଦ୍ବିବେଦୀ କହିଛନ୍ତି। ଶାହିନ୍ ବାଗ୍ ସମ୍ପର୍କରେ ନିଜର ମତ ରଖି ସମୀର କହିଛନ୍ତି, ଯେଉଁମାନେ ଶାହିନ୍ ବାଗ୍ ଆନ୍ଦୋଳନ ପାଇଁ ଉସୁକାଉଛନ୍ତି ସେମାନେ ୧୯୬୨ରେ ଚୀନ୍କୁ ପ୍ରଶଂସା କରୁଥିଲେ। ଯଦି ଆଜି ଆମେ ମୋଦୀଙ୍କୁ ସମର୍ଥନ ନ କରିବା ତେବେ ନିଆଁ ଚାରିଆଡ଼କୁ ବ୍ୟାପିଯିବ। ଯାହାକୁ ନିୟନ୍ତ୍ରଣ କରିବା ଖୁବ୍ କଷ୍ଟଦାୟକ ହୋଇଯିବ ବୋଲି ସେ କହିଛନ୍ତି।
କଂଗ୍ରେସ ନେତା ଜନାର୍ଦନ ଦ୍ବିବେଦୀଙ୍କ ପୁଅ ବିଜେପିରେ
/sambad/media/post_attachments/wp-content/uploads/2020/02/dg564jhdg65j4gd4jdgj4dgjdgjjjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)