ନୂଆଦିଲ୍ଲୀ: ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଆଜି ‘ବିଜେପି’ରେ ଯୋଗ ଦେଇଛନ୍ତି। ‘ବିଜେପି’ରେ ଯୋଗ ଦେବା ପୂର୍ବରୁ ଆଜି ସକାଳେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ତାଙ୍କ ସହ ସାକ୍ଷାତ୍ କରିଥିଲେ।
ପୂର୍ବରୁ ‘ବିଜେପି’ ସାସଂଦ ତଥା ମୁଖପାତ୍ର ଅନୀଲ ବଲୁନୀ ଟୁଇଟ କରିଥିଲେ ଯେ ଆଜି ଦିବା ୧ଟା ବେଳେ ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଦଳରେ ଯୋଗ ଦେବେ।
ଆଜି ପୂର୍ବାହ୍ନ ୧୦ଟା ବେଳେ ଟୁଇଟ୍ କରି ସେ ଲେଖିଥିଲେ, ଆଜି (ବୁଧବାର) ଜୁନ୍ ୯ ତାରିଖ, ଅପରାହ୍ଣ ୧ଟା ବେଳେ ନୂଆଦିଲ୍ଲୀର ଡିଡିୟୁ ମାର୍ଗର ୬ଏ ଠାରେ ଥିବା ‘ବିଜେପି’ ମୁଖ୍ୟାଳୟରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଆଜି ବିଜେପିରେ ଯୋଗ ଦେବେ।
An Eminent personality will join BJP today (Wednesday) 09 June, 1 PM at BJP HQ, 6A DDU Marg, New Delhi
— Anil Baluni (@anil_baluni) June 9, 2021
Image Courtesy of NDTVଅମିତ ଶାହଙ୍କୁ ଭେଟିବା ପୂର୍ବରୁ ସେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ୍ଙ୍କୁ ଭେଟି ସାରିଥିବା କଥା ମଧ୍ୟ ରିପୋର୍ଟ ହୋଇଥିଲା। ରାହୁଳ ଗାନ୍ଧୀଙ୍କର ପୂର୍ବତନ ନିବିଡ଼ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତବର୍ଷ ‘ବିଜେପି’ରେ ଯୋଗ ଦେବା ପରେ ୪୭ ବର୍ଷିୟ ଜିତିନ ପ୍ରସାଦ ହେଉଛନ୍ତି କଂଗ୍ରେସ ଛାଡ଼ି ‘ବିଜେପି’ରେ ଯୋଗ ଦେଉଥିବା ଉଚ୍ଚମାନ୍ୟତାପ୍ରାପ୍ତ ଦ୍ବିତୀୟ ନେତା।
ବିଗତ ୨୦ ବର୍ଷ ଧରି କଂଗ୍ରେସ ଦଳରେ ଥିବା ପ୍ରସାଦଙ୍କ ହତାଶା କାହାରିକୁ ଅଛପା ନୁହେଁ। କଂଗ୍ରେସରେ ଆମୂଳଚୂଳ ସଂସ୍କାର ନିମନ୍ତେ ଗତବର୍ଷ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିବା ୨୩ଜଣ କଂଗ୍ରେସ ନେତାଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/jitinprasada.jpeg)