ଭୂମିରେ ମୁଣ୍ଡ ଲଗାଇ ପ୍ରଣାମ କରି ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ : ଅନ୍ତିମ ଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଗତକାଲି ଶ୍ରୀ ବାଜପେୟୀଙ୍କ ପରଲୋକ ହେବାର ଖବର ପ୍ରଚାର ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯିବା ସହ ତାଙ୍କର ଅନ୍ତମ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ ସବୁ ପ୍ରମୁଖ ରାଜନୈତିକ ଦଳର ନେତା । ଶୁକ୍ରବାର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ମୁଖ୍ୟାଳୟରେ ଅଟଲଜୀଙ୍କୁ ଶେଷ ଦର୍ଶନ କରିଥିଲୋ । ସେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଭୂମିରେ ମୁଣ୍ଡ ଲଗାଇ ପ୍ରଣାମ କରିଥିଲେ। ଏହାପରେଜ୍ୟୋର୍ତିଆଦିତ୍ୟ ଛଳ ଛଳ ଆଖିରେ ସେ ମୁଣ୍ଡ ନୁଆଁଇ କୋହଭରା ବିଦାୟ ଦେଇଥିବାର ଦେଖିବାକୁ ମିଳିଥିଲା । ସେ ସମୟରେ କିଛି ଫଟୋ ନିଜେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଟ୍ଵିଟରରେ ପୋଷ୍ଟ କରିଥିବା ବେଳେ ଏବେ ତାହା ଭାଇରାଲ ହୋଇଛି। ପୋଷ୍ଟ କରାଯାଇଥିବା ଫାଟୋରେ ସେ ଆଣ୍ଠୁମାଡ଼ି ତଳେ ବସିବା ସହ ତଳକୁ ମୁଣ୍ଡ ନୂଆଁଇ ପ୍ରଣାମ କରୁଥିବା ଦେଖା ଯାଇଛି । ଉଲ୍ଳେଖଯୋଗ୍ୟ କି ଜ୍ୟୋର୍ତିଆଦିତ୍ୟଙ୍କ ପରିବାର ସହ ସ୍ୱର୍ଗତଃ ବାଜପାୟୀଙ୍କର ଥିଲା ଘନିଷ୍ଠ ସଂପର୍କ।

ସୂଚନା ମୁତାବକ, ଅଟଲଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ମଙ୍ଗଳବାର ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ଲାଇଫ୍‌ ସର୍ପୋଟ ସିଷ୍ଟମରେ ତାଙ୍କୁ ରଖା ଯାଇଥିଲା। ଗୁରୁବାର ସଂନ୍ଧ୍ୟା ୦୫.୦୫ଟା ସମୟରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସମ୍ବନ୍ଧିତ ଖବର