ଏହି କାରଣ ପାଇଁ ରାହୁଲ ଗାନ୍ଧୀ ଇସ୍ତଫା ଦିଅନ୍ତୁ ବୋଲି ଚାହୁଁଥିଲେ ଭଉଣୀ ପ୍ରିୟଙ୍କା 

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଥିରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ । ଓ୍ଵାୟନାଡରୁ ସେ ବିଜୟ ହାସଲ କରିଥିଲେ ମଧ୍ୟ ସାରା ଦେଶରେ କଂଗ୍ରେସର ପରିଦର୍ଶନ ସେତେ ପ୍ରଶଂସା ଯୋଗ୍ୟ ନଥିଲା । ଦେଶରେ ନିଜ ଦଳର ଅବସ୍ତା ଦେଖି ଦଳ ହାରିବା ପାଇଁ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଫଳାଫଳ ଆସିବାର ତୁରନ୍ତ ପରେ ଇସ୍ତଫା ଦାବି କରିଥିଲେ । କିନ୍ତୁ ଗତକାଲି ତାଙ୍କ ଦାବିକୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଖାରଜ କରି ଦେଇଥିଲା ।

NDTV.com

ତେବେ ଏନ୍‌ଡିଟିଭି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରାହୁଲ ଇସ୍ତଫା ଦିଅନ୍ତୁ ବୋଲି ଚାହୁଁଥିଲେ ଭଉଣୀ ପ୍ରିୟଙ୍କା ଗାନ୍ଧୀ । କାରଣ କଂଗ୍ରେର ଅଧ୍ୟକ୍ଷ ଆଉ କାହାକୁ କରିବା ପାଇଁ ସେ ମନସ୍ତ କରିଥିଲେ । କିନ୍ତୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ତରଫରୁ ରାହୁଙ୍କ ଦାବିକୁ ଖାରଜ କରି ଦିଆଯାଇ ଦଳର ବଡ଼ଧରଣର ସାଂଗଠନିକ ପରିବର୍ତ୍ତନ ପାଇଁ ରାହୁଲ ଗାନ୍ଧୀଙ୍କୁ ଅଧିକୃତ କରାଯାଇଥିଲା ।

ସମ୍ବନ୍ଧିତ ଖବର