ସାମ୍ବାଦିକଙ୍କ ଉପରେ ବର୍ଷିଲେ ରାହୁଲ: ତୁମେ ବିଜେପି ପାଇଁ କାହିଁକି କାମ କରୁଛ, ଛାତିରେ ଲଗାଇଦିଅ ପଦ୍ମଫୁଲ ଚିହ୍ନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଆଜି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରିଥିଲେ | ତେବେ ଏହି ସମୟରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଶୁଣି ସେ ରାଗିଯାଇଥିଲେ | ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ଜଣକ ବିଜେପି ଉଠାଇଥିବା ଓବିସି ପ୍ରସଙ୍ଗକୁ ନେଇ ରାହୁଲଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଆଉ ଏହି ପ୍ରଶ୍ନ ଶୁଣି ରାହୁଲ ରାଗିଯାଇଥିଲେ | ସାମ୍ବାଦିକ ଜଣକ ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ,ଯେ “କୋର୍ଟର ଯାହା ନିଷ୍ପତ୍ତି ଆସିଛି, ବିଜେପି କହିଛି ଯେ ଆପଣ ଓବିସି ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି। ବିଜେପି ସାରା ଦେଶରେ ସାମ୍ବାଦିକ ସମ୍ମିଳନୀ କରି ଆପଣ ଓବିସି ସମ୍ପ୍ରଦାୟକୁ ଅପମାନ କରିଛନ୍ତି ବୋଲି କହୁଛି’ । ଏତିକି କଥା ଶୁଣି ରାହୁଲ ସାମ୍ବାଦିକଙ୍କୁ କହିଥିଲେ ଯେ, ‘ଭାଇ, ତୁମେ ସିଧାସଳଖ ବିଜେପି ପାଇଁ ଏତେ କାମ କାହିଁକି କରୁଛ ?


ଟିକେ ବୁଲେଇକି ପଚାର, ଯଦି ଆପଣ ବିଜେପି ପାଇଁ କାମ କରିବାକୁ ଚାହାଁନ୍ତି ତେବେ ଛାତିରେ ବିଜେପିର ଚିହ୍ନ ଲଗାଇଦିଅନ୍ତୁ, ତେବେ ମୁଁ ସେହି ଅନୁଯାୟୀ ଉତ୍ତର ଦେବି । ଏହା କହିବାର କିଛି ସମୟ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ ପବନ ବାହାରିଗଲା’। ଉଲ୍ଲେଖ ଥାଉ କି ଯେ ଶୁକ୍ରବାର ଦିନ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ । ଗୁଜୁରାଟର ସୁରଟ କୋର୍ଟ ଦ୍ୱାରା ୨୦୧୯ ମାନହାନି ମାମଲାରେ ଦଣ୍ଡିତ ହେବା ପରେ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରାଯାଇଥିଲା । ଗୁରୁବାର କୋର୍ଟ ରାହୁଲ ଗାନ୍ଧୀଙ୍କୁ ମୋଦୀ ଉପନାମ ସହ ଜଡିତ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ସମ୍ବନ୍ଧିତ ଖବର