କରୋନା ଆକ୍ରାନ୍ତ ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଟୁଇଟ କରି ସୂଚନା ଦେଲେ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏ ନେଇ ସେ ନିଜ ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟରେ ଲେଖାଯାଇଛି ଯେ, ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ମୁଁ  ପରୀକ୍ଷା କରାଇଲି। ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ, ଦୟାକରି ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରହନ୍ତୁ।

କିଛି ସମୟ ପୂର୍ବରୁ ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା  ଓ ନିର୍ବାଚନ କମିସନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଥିବା ଖବର ମିଳିଥିଲା। ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଆଜି ଦୈନିକ ସଂକ୍ରମଣ ୨,୫୯,୧୭୦ରହିଛି। ଆଜିର ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର