ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାଜୀବ ତ୍ୟାଗି (୫୪)ଙ୍କର ହୃଦ୍ଘାତରେ ପରଲୋକ ହୋଇଯାଇଛି। ସେ ଆଜି ସନ୍ଧ୍ୟାରେ ଏକ ଟିଭି ବିତର୍କ କାର୍ଯ୍ୟକ୍ରମରୁ ଫେରି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଗାଜିଆବାଦ ଯଶୋଦା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର, ସେଠାରେ ତାଙ୍କର ପରଲୋକ ହୋଇଯାଇଛି। ତ୍ୟାଗିଙ୍କ ବିୟୋଗ ଦଳ ପାଇଁ ଶକ୍ତ ଧକ୍କା ଏବଂ ତାଙ୍କ ଭଳି ଜଣେ ସଚ୍ଚା ନେତାଙ୍କ ପରଲୋକ କଂଗ୍ରେସ ପାଇଁ ଅପୂରଣୀୟ କ୍ଷତି ବୋଲି କଂଗ୍ରେସ ଟ୍ବିଟ୍ କରିଛି। ତ୍ୟାଗି ବିଭିନ୍ନ ଟିଭି ଚ୍ୟାନେଲର ବିତର୍କ କାର୍ଯ୍ୟକ୍ରମରେ ଜଣେ ଜଣାଶୁଣା ମୁହଁ ଥିଲେ। ତାଙ୍କ ବିୟୋଗରେ କଂଗ୍ରେସରେ ଶୋକର ଛାୟା ଖେଳି ଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ପ୍ରମୁଖ ବହୁ ନେତା ଶୋକ ପ୍ରକାଶ କରିଛନ୍ତି।
କଂଗ୍ରେସ ନେତା ରାଜୀବ ତ୍ୟାଗିଙ୍କ ହୃଦ୍ଘାତରେ ପରଲୋକ
/sambad/media/post_attachments/wp-content/uploads/2020/08/rajiv-tyagi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)