ନୂଆଦିଲ୍ଲୀ: ସଂସଦର କେନ୍ଦ୍ରୀୟ କକ୍ଷରେ ଆଜି ରାଷ୍ଟ୍ରପତିଙ୍କ ଉଦ୍ବୋଧନ ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଆଗ ଧାଡ଼ି ବେଞ୍ଚ୍ରେ ଏକା ବସିଥିବା ଦେଖିବାକୁ ମିଳିଥିଲା। ଭାରତ ଯୋଡ଼ୋ ଯାତ୍ରାର ଉଦ୍ଯାପନୀ ସମାରୋହରେ ଯୋଗ ଦେବାପାଇଁ ବରିଷ୍ଠ କଂଗ୍ରେସ ନେତାମାନେ ଶ୍ରୀନଗର ଯାଇଥିଲେ। ଖରାପ ପାଗ ପାଇଁ ଏହି ନେତାମାନେ ଶ୍ରୀନଗରରେ ଫସି ଯାଇଛନ୍ତି। ତେଣୁ ଆଜି ସଂସଦର ମିଳିତ ଅଧିବେଶନରେ ସୋନିଆଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ କୌଣସି ବରିଷ୍ଠ ନେତା ଉପସ୍ଥିତ ନଥିଲେ। ତେବେ ଅନ୍ୟ ଦଳର ନେତାମାନେ ସୋନିଆଙ୍କ ସହ କଥା ହୋଇଥିବା ଦେଖିବାକୁ ମିଳିଛି। । ସବୁବେଳେ ବରିଷ୍ଠ ନେତାଙ୍କ ଗହଣରେ ରହୁଥିବା ସୋନିଆଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଶୁଭେଚ୍ଛା ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋନିଆ ଗାନ୍ଧିଙ୍କ ନିକଟରେ ବସି ତାଙ୍କ ସହ କଥା ହୋଇଛନ୍ତି। ସୋନିଆ ମଧ୍ୟ ଟିଏମ୍ସିର ରାଜ୍ୟସଭା ସାଂସଦ ଡେରେକ ଓବ୍ରାଏନଙ୍କ ସହ ଅନେକ ସମୟ କଥା ହୋଇଥିଲେ।
ଖରାପ ପାଗ ପାଇଁ କାଶ୍ମୀରରେ ଫସିଛନ୍ତି କଂଗ୍ରେସ ନେତା: ମିଳିତ ଅଧିବେଶନରେ ଏକାକି ବସିଥିଲେ ସୋନିଆ
/sambad/media/post_attachments/wp-content/uploads/2023/02/gddagdadggdagddgadag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)