ଶେଷରେ ବାୟୁସେନା ମୁଖ୍ୟଙ୍କୁ ବି ଛାଡିଲାନି କଂଗ୍ରେସ, ରାଫେଲ ପ୍ରସଙ୍ଗରେ ବାୟୁସେନା ମୁଖ୍ୟ ମିଛ କହୁଛନ୍ତି ବୋଲି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ ସାରା ଦୂନିଆକୁ ମିଛୁଆ କହିବାରେ ଲାଗିଛି କଂଗ୍ରେସ । ପ୍ରଥମେ ଭାରତ ସରକାର, ତାପରେ ଫ୍ରାନ୍ସ ସରକାର, ଫ୍ରାନ୍ସ ରାଷ୍ଟ୍ରପତି, ରାଫେଲ ବିମାନ ନିର୍ମାଣ କରୁଥିବା କମ୍ପାନି ଦାସୋ ଆଭିଏସନ ଇତ୍ୟାଦି ସମସ୍ତେ ମିଛ କହୁଛନ୍ତି ବୋଲି କଂଗ୍ରେସ କହୁଛି । ଏପରିକି ସୁପ୍ରିମକୋର୍ଟ ରାୟକୁ ମଧ୍ୟ ମାନିବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ତ୍ରୁଟିଯୁକ୍ତ ବୋଲି କଂଗ୍ରେସ ନେତାମାନେ କହୁଛନ୍ତି । ଏବେ ଆହୁରି ତଳକୁ ଖସିଯାଇଛନ୍ତି କଂଗ୍ରେସ ନେତାମାନେ ।

ଆଜି ବରିଷ୍ଠ କଂଗ୍ରେସ ନେତା ବିରାପ୍ପା ମୋଇଲି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ବିଏସ ଧାନୋଆଙ୍କୁ ମିଛୁଆ କହିବାକୁ ପଛେଇ ନାହାନ୍ତି । ବାୟୁସେନା ମୁଖ୍ୟ ସତ୍ୟକୁ ଲୁଚାଉଛନ୍ତି ବୋଲି ସେ କହିଛନ୍ତି । କିଛିଦିନ ତଳେ ବାୟୁସେନା ମୁଖ୍ୟ ଜୟପୁରସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିବା ଅବସରରେ କହିଥିଲେ ଯେ ରାଫେଲ ଭାରତୀୟ ବାୟୁସେନା ପାଇଁ ବେଶ ଜରୁରୀ । ପ୍ରତିରକ୍ଷା କିଣାବିକାରେ ରାଜନୀତି ପୁରାଇବା ଉଚିତ ନୁହେଁ ବୋଲି ସେ କହିଥିଲେ । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

ସମ୍ବନ୍ଧିତ ଖବର