ରାଜସ୍ଥାନରେ ରାଜନୈତିକ ସଙ୍କଟ ଭିତରେ ଶତାଧିକ କଂଗ୍ରେସ ବିଧାୟକ ଗେହଲଟଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ କଲେ

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ ସଂକଟ ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି  । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟଙ୍କ ସରକାର ରହିବ କି ଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଶକ୍ତି ପ୍ରଦର୍ଶନ କରି ତାଙ୍କ ସପକ୍ଷରେ  ବହୁମତ ଥିବା ପ୍ରମାଣ କରିଛନ୍ତି ଅଶୋକ ଗେହଲଟ । ବିଧାୟକ ଦଳ ବୈଠକରେ ଶତାଧିକ କଂଗ୍ରେସ ବିଧାୟକ ସାମିଲ ହୋଇ ବିଜୟ ସୂଚକ ସଙ୍କେତ ପ୍ରଦର୍ଶନ କରିଛନ୍ତି । ଅଶୋକ ଗେହଲଟଙ୍କ ବାସଭବନରେ କଂଗ୍ରେସ ବିଧାୟକମାନେ ଏକାଠି ହୋଇଥିଲେ । ଦିନ ସାଢେ ୧୦ଟାରେ ବିଧାୟକ ଦଳ ବୈଠକ ଆରମ୍ଭ ହେବାର ଥିଲା କିନ୍ତୁ ଏଥିରେ ବିଳମ୍ବ ହୋଇଥିଲେ ମଧ୍ୟ ଶତାଧିକ କଂଗ୍ରେସ ବିଧାୟକଙ୍କୁ ଏକତ୍ରିତ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବାସଭବନରେ ୯୭ ଜଣ କଂଗ୍ରେସ ବିଧାୟକ ଉପସ୍ଥିତ ହୋଇଥିଲେ । ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ସମସ୍ତଙ୍କୁ ହ୍ୱିପ ଜାରି କରାଯାଇଥିଲା । ଶେଷ ମୁହୂର୍ତିରେ କଂଗ୍ରେସ ହାଇକମାଣ୍ଡ ବୁଝାମଣା କରିବାକୁ ଉଦ୍ୟମ କରିଥିଲେ । ଜୟପୁରରେ ଦଳର ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଗତ ୪୮ରୁ ୭୨ ଘଣ୍ଟା ମଧ୍ୟରେ ସଚିନଙ୍କୁ ଯୋଗାଯୋଗ କରାଯାଇଛି । ବୈଚାରିକ ମତଭେଦ ଥିଲେ ବି ସରକାରକୁ ଦୁର୍ବଳ କରାଯିବା ଠିକ ନୁହେଁ । ସୋନିଆ ଓ ରାହୁଲ ଗାନ୍ଧିଙ୍କ ପାଇଁ ସମସ୍ତଙ୍କ ଦ୍ୱାର ଖୋଲା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.