ଭୋପାଳ: ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପପ୍ରତ୍ୟାରୋପ ଜାରି ରହିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିରନ୍ତର ଜନସମ୍ପର୍କ ଏବଂ ରୋଡ୍ ସୋ ଆୟୋଜିତ ହେଉଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ରାଇସେନରେ ଜନ ଆଶିର୍ବାଦ୍ ଯାତ୍ରା ଏବଂ ରୋଡ୍ ସୋ କରିଥିଲେ। ଶିବରାଜଙ୍କ ଏହି ରୋଡ୍ ସୋ ସ୍ୱତନ୍ତ୍ର ଥିଲା। ଏହି ରୋଡ୍ ସୋରେ ଶିବରାଜ କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି କଂଗ୍ରେସର ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା କରନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ପାଟନଦେବରେ ଅନୁଷ୍ଠିତ ନିର୍ବାଚନ ବୈଠକକୁ ସମ୍ବୋଧିତ କରି କହିଛନ୍ତି ବର୍ତ୍ତମାନ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ଉପରେ ଆଉ ବିଶ୍ୱାସ କରୁନାହିଁ। ସେମାନଙ୍କ ବିଶ୍ୱାସ ଏବେ ମୋଦୀଙ୍କ ଉପରେ ରହିଛି। ବିଜେପି ସରକାରଙ୍କ ଦ୍ବାରା ସମସ୍ତ ବିକାଶମୂଳକ କାର୍ଯ୍ୟ କରାଯାଇଛି। କଂଗ୍ରେସ ସରକାରରେ ସେହି କାର୍ଯ୍ୟଗୁଡ଼ିକ ବିଷୟରେ ଚିନ୍ତା କରିବା ମଧ୍ୟ ଏକ ବଡ଼ କଥା ଥିଲା। ବିକାଶ ସହିତ କଂଗ୍ରେସର କୌଣସି ସମ୍ପର୍କ ନାହିଁ।
अक्षय क्रांति बम के नामंकन वापस लेने के पर शिवराज सिंह चौहान ने कहा कि अब कांग्रेस के कार्यकर्ताओं और प्रत्याशियों का भरोसा अब प्रधानमंत्री के और विकास के साथ है #LokasabhaElection2024@ChouhanShivrajpic.twitter.com/cCQs5jpwWe
— Kalam of India (@KOI_Breaking) April 30, 2024
ଜନସାଧାରଣ ହଇରାଣ ହରକତ ହେଲେ କଂଗ୍ରେସର କିଛି ଯାଏଆସେ ନାହିଁ। ଶିବରାଜ କହିଛନ୍ତି ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ କାରଣ ଆମେ ଆପଣଙ୍କ ସେବା କରିବାକୁ ସଂଗ୍ରାମ କରୁଛୁ। ମୁଁ ମୋ ଙ୍ ଅଞ୍ଚଳର ଭଉଣୀମାନଙ୍କୁ କୋଟିପତି କରିବି।
ସୂଚନାଯୋଗ୍ୟ, ଜନ ଆଶିର୍ବାଦ୍ ଯାତ୍ରାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସ୍ୱାଗତ କରିବାକୁ ଆସିଥିବା ଜିଲ୍ଲା ସଦସ୍ୟ ନୀତୀଶ ଗୌରଙ୍କ ପର୍ସ ମଧ୍ୟ ଚୋରି ହୋଇଥିଲା। ନୀତୀଶ କହିଛନ୍ତି ଯେ ତାଙ୍କ ପର୍ସରେ ୨୨,୦୦୦ଟଙ୍କା ଥିଲା, ଯାହା ଚିକିତ୍ସା ପାଇଁ ଥିଲା। ସେ ତାଙ୍କ ପର୍ସ ଚୋରି ସମ୍ପର୍କରେ ସୂଚନା ଦେଇ କୋଟୱାଲୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।