ନୂଆଦିଲ୍ଲୀ: "ତାମିଲନାଡୁ ଆସିଲେ କଙ୍ଗନାଙ୍କୁ ଚାପୁଡ଼ା ମାରିବ।" ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ୍ଙ୍କୁ ନେଇ ଏଭଳି କହିଲେ ପୂର୍ବତନ ତାମିଲନାଡୁ କଂଗ୍ରେସ ମୁଖ୍ୟ କେ.ଏସ୍. ଆଲାଗିରି। ସେ କହିଛନ୍ତି ଯେ, "ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଯଦି କେବେ ଦକ୍ଷିଣ ରାଜ୍ୟ ଗସ୍ତ କରନ୍ତି ତେବେ ତାଙ୍କୁ ଚାପୁଡ଼ା ମାରିବାକୁ ଭୁଲିବ ନାହିଁ। ମହିଳା କର୍ମୀଙ୍କ ବିଷୟରେ ଅତୀତରେ ସେ ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ। ତାଙ୍କର ଅହଂକାର ବହୁତ।"
କିଛି ମାସ ତଳେ କଙ୍ଗନା କହିଥିଲେ ଯେ, ମହିଳା କର୍ମୀମାନଙ୍କୁ ୧୦୦ଟଙ୍କା ଦେଇ ବିରୋଧ ପ୍ରଦର୍ଶନରେ ଅଂଶଗ୍ରହଣ କରିବାକୁ ଡକାଯାଇପାରିବ। ତାଙ୍କର ଏହି ବୟାନକୁ ନେଇ ଆଲାଗିରି ତାଙ୍କୁ ଏବେ ସମାଲୋଚନା କରିଛନ୍ତି। ବିଜେପି ସାଂସଦ କଙ୍ଗନାଙ୍କୁ ସମାଲୋଚନା କରି କଂଗ୍ରେସ ନେତା କହିଛନ୍ତି, "କଙ୍ଗନା ରାଣାୱତ ଅନେକ ଥର ଏପରି ବିବାଦୀୟ କଥା କହିଛନ୍ତି। ତାଙ୍କର ଏଭଳି ବିବାଦୀୟ କଥା କହିବା ଗୁଣ ପାଇଁ ଦିଲ୍ଲୀ ବିମାନବନ୍ଦରରେ ଜଣେ ମହିଳା ସିଆରପିଏଫ କର୍ମଚାରୀ ତାଙ୍କୁ ଚାପୁଡ଼ା ମାରିଥିଲେ। ଯେତେବେଳେ ସେ ଏଠାକୁ ଆସିବେ, ଆପଣମାନେ ସେ କହିଥିବା କଥାକୁ ଭୁଲି ନଯାଇ ତାଙ୍କୁ ଚାପୁଡ଼ା ମାରିବେ।"
ଉଲ୍ଲେଖଯୋଗ୍ୟ, ରାଣାୱତ ୨୦୨୦ ମସିହାରେ ହୋଇଥିବା କୃଷକଙ୍କ ଆନ୍ଦୋଳନ ସମୟରେ ଏକ୍ସରେ ମହିଳା କର୍ମୀମାନଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ ରଦ୍ଦ ହୋଇସାରିଥିବା କୃଷି ଆଇନ ବିରୁଦ୍ଧରେ ୨୦୨୦ ମସିହାରେ କୃଷକଙ୍କ ପ୍ରତିବାଦ ଚରମ ସୀମାରେ ପହଞ୍ଚିଥିଲା। ଏହି ସମୟରେ ଏକ ଟ୍ୱିଟ୍ ମାଧ୍ୟମରେ ୭୩ ବର୍ଷୀୟ ଚାଷୀ ମୋହିନ୍ଦର କୌରଙ୍କୁ ଅପମାନିତ କରିଥିଲେ କଙ୍ଗନା। ଅଭିନେତ୍ରୀ, କୌରଙ୍କୁ ଶାହିନ ବାଗରେ ହୋଇଥିବା ପ୍ରତିବାଦର ଚର୍ଚ୍ଚିତ ଚେହେରା ବିଲକିସ୍ ବାନୋ ବୋଲି ଭାବିଥିଲେ। କୌରଙ୍କୁ ଚିହ୍ନିନପାରି ସେ କହିଥିଲେ ଯେ, ଏପରି ମହିଳାଙ୍କୁ ୧୦୦ଟଙ୍କାରେ ପ୍ରତିବାଦରେ ଅଂଶଗ୍ରହଣ କରିବାକୁ ଡକାଯାଇପାରିବ।
Kangana Ranaut
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/18/new-project-2-1-2025-09-18-12-49-41.jpg)