ବେଙ୍ଗାଲୁରୁ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ହିନ୍ଦୁ ଧର୍ମରେ ସମ୍ମାନ ମିଳିନଥିବାରୁ ଭାରତରେ ଅନ୍ୟ ଧର୍ମ ସୃଷ୍ଟି ହୋଇଥିଲେ । ଆଗକୁ ବିହାର ନିର୍ବାଚନ ଥିବାରୁ ଏହି ବୟାନକୁ ନେଇ ବିଜେପି ଆକ୍ରାମକ ହୋଇଉଠିଛି ।
କର୍ଣ୍ଣାଟକର କଲବୁର୍ଗୀରେ ପ୍ରିୟଙ୍କ ଖାର୍ଗେ କହିଛନ୍ତି, 'ଭାରତରେ ଶିଖ, ଜୈନ, ବୌଦ୍ଧ ଏବଂ ଲିଙ୍ଗାୟତ ଧର୍ମ ପୃଥକ ଧର୍ମ ଭାବରେ ଉଭା ହୋଇଥିଲା କାରଣ ହିନ୍ଦୁ ଧର୍ମ ସମାଜର କିଛି ବର୍ଗକୁ 'ମର୍ଯ୍ୟାଦାଜନକ ସ୍ଥାନ' ଦେଇନଥିଲା।'
ପ୍ରିୟଙ୍କ ଖାର୍ଗେ କହିଛନ୍ତି, 'ଭାରତରେ ଶିଖ, ଜୈନ, ବୌଦ୍ଧ ଏବଂ ଲିଙ୍ଗାୟତ ଧର୍ମ ପୃଥକ ଧର୍ମ ଭାବରେ ଉଭା ହୋଇଥିଲା କାରଣ ହିନ୍ଦୁ ଧର୍ମ ସମାଜର କିଛି ବର୍ଗକୁ 'ମର୍ଯ୍ୟାଦାଜନକ ସ୍ଥାନ' ଦେଇନଥିଲା।'
ରାଜ୍ୟର ବିଜେପି ନେତାମାନେ ଏହାକୁ ଏକ ପ୍ରସଙ୍ଗ କରିଛନ୍ତି ଏବଂ କଂଗ୍ରେସର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହାକୁ ବିହାର ନିର୍ବାଚନ ସହିତ ମଧ୍ୟ ଯୋଡାଯାଉଛି।
ଏହା ପୂର୍ବରୁ ମଧ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହିନ୍ଦୁ ବିରୋଧୀ ବୟାନ ଦେଇଥିଲେ । ସେ ହିନ୍ଦୁ ଧର୍ମରେ ଥିବା ଅସମାନତା ଓ ଜାତିବାଦକୁ ଉଠାଇଥିଲେ । ଏହାକୁ ନେଇ ବିଜେପି ତାଙ୍କୁ ସମାଲୋଚନା କରିଥିଲା । ରାଜ୍ୟ ବିଜେପି ସଭାପତି ବି.ୱାଇ. ବିଜୟେନ୍ଦ୍ର ଏବଂ ଏମ୍ଏଲସି ସି.ଟି. ରବି କହିଥିଲେ ଯେ ଏପରି ବୟାନ ଦେଇ ରାଜ୍ୟ ସରକାର ଧର୍ମାନ୍ତରୀକରଣକୁ ପ୍ରୋତ୍ସାହିତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/15/priyank-2025-09-15-20-06-00.jpg)