ପଂଜାବ ପାଇଁ କଂଗ୍ରେସ ତାଲିକା: ଚମ‌କୌର ସାହିବରୁ ଚନ୍ନି, ଅମୃତସର(ପୂର୍ବ)ରୁ ସିଦ୍ଧୁ

ଅମୃତସର: ପଂଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପଂଜାବରେ ୮୬ ଆସନ ପାଇଁ କଂଗ୍ରେସ ଏହାର ପ୍ରାର୍ଥୀ ଘୋଷଣା କରିଛି। ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଚମକୌର ସାହିବ ଆସନରୁ ନିର୍ବାଚନ ଲଢ଼ିବେ ଏବଂ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରୁ ନିର୍ବାଚନ ଲଢ଼ିବେ। ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱାଙ୍କୁ ଡେରା ବାବା ନାନକ ଆସନରୁ ଟିକେଟ ମିଳିଛି।

ରାଜ୍ୟର ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ‌ଓମ୍‌ ପ୍ରକାଶ ସୋନି ଅମୃତସର (କେନ୍ଦ୍ର) ଆସନରୁ ନିର୍ବାଚନ ଲଢ଼ିବେ। ପୂର୍ବତନ ରାଜ୍ୟ କଂଗ୍ରେସ ବିଭାଗ ଏବଂ ପ୍ରଚାର କମିଟି ମୁଖ୍ୟ ସୁନିଲ ଜାଖର ନିର୍ବାଚନ ଲଢ଼ିବେ ନାହିଁ। ତାଙ୍କ ପୁତୁରା ସନ୍ଦୀପ ଜାଖର ଅବୋହର ଆସନରୁ ନିର୍ବାଚନ ଲଢ଼ିବେ। ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ଭଉଣୀ ମା‌ଳବିକା ମୋଗା ଆସନରୁ ନିର୍ବାଚନ ଲଢ଼ିବେ। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ହୋଇଥିବା ସିଇସି (କେନ୍ଦ୍ରୀୟ ନିର୍ବାଚନ କମିଟି) ବୈଠକରେ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି।

ସମ୍ବନ୍ଧିତ ଖବର