କଂଗ୍ରେସକୁ ଝଟ୍‌କା, ସାଂସଦ ଯୋଗ ଦେଲେ ତୃଣମୂଳ କଂଗ୍ରେସରେ

କୋଲକାତା: ଆଗାମୀ ଲୋକସଭା ନିର୍ବାଚନକୁ ଆଉ ବେଶି ଦିନ ନାହିଁ। ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗରେ କଂଗ୍ରେସକୁ ଏକ ବଡ ଝଟ୍‌କା ଲାଗିଛି। ପଶ୍ଚିମବଙ୍ଗର କଂଗ୍ରେସ ଲୋକସଭା ସଦସ୍ୟ ମୌସମ୍‌ ନୁର ଦଳ ଛାଡ଼ି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ମୌସମ୍‌ ନୁର ମାଲଦା (ଉତ୍ତର)ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଖ୍ୟାତ କଂଗ୍ରେସ ନେତା ଏ ବି ଏ ଘନି ଖାନ୍‌ ଚୌଧୁରୀଙ୍କ ପୁତୁରା ନୁର ରାଜ୍ୟ ସଚିବାଳୟ ‘ତବନ୍ନା’ରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମମତା ବାନାର୍ଜୀଙ୍କୁ ଭେଟି ଔପଚାରିକ ଭାବେ ଟିଏମ୍‌ସିର ସଦସ୍ୟତା ଗ୍ରହଣ କରିଛନ୍ତି।


୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ୪୨ ଟି ଲୋକସଭା ଆସନମଧ୍ୟରୁ ମାତ୍ର ଚାରିଟିରେ ବିଜୟୀ ହୋଇଥିଲା। ଟିଏମ୍‌ସିରେ ସାମିଲ ହେବା ପରେ ନୁର କହିଛନ୍ତି ଯେ ମମତା ଦିଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ଏବଂ ରାଜ୍ୟର ବିକାଶ ପାଇଁ ଦଳରେ ସାମିଲ ହୋଇଛନ୍ତି । ସେ ଏଥର ପୁନର୍ବାର ମାଲଦା (ଉତ୍ତର)ରୁ ଟି.ଏମ୍‌ .ସି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ। ଆଗାମୀ ନିର୍ବାଚନରେ ତୃଣମୂଳ କଂଗ୍ରେସ ୪୨ ରୁ ୪୨ଟି ଆସନରେ ବିଜୟୀ ହେବ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର