କଂଗ୍ରେସ କର୍ମୀ ହେବାକୁ ଚାଁହୁଛନ୍ତି କି? ମାନିବାକୁ ପଡିବ ଏସବୁ ନିୟମ!

ନୂଆଦିଲ୍ଲୀ: ଆପଣ କଂଗ୍ରେସ ଦଳରେ ଯୋଗ ଦେବାକୁ ଚାଁହୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ କିଛି ନିୟମ ମାନିବାକୁ ପଡିବ | ମଦ୍ୟପାନ, ଡ୍ରଗ୍ସ ସେବନଠାରୁ ଦୂରେଇ ରହିବା ସହ ଦଳ ବିରୋଧରେ କାହାକୁ କହିବେ ନାହିଁ | ସୂଚନା ମୁତାବକ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବାକୁ ଚାହୁଁଥିବା ବ୍ୟକ୍ତି ଘୋଷଣା କରିବେ ଯେ ସେ ମଦ୍ୟପାନ ଏବଂ ଡ୍ରଗ୍ସସେବନରୁ ଦୂରେଇ ରହିବେ। କେବଳ ଏତିକି ନୁହେଁ, ତାଙ୍କୁ ଏକ ପ୍ରତିଶ୍ରୁତି ମଧ୍ୟ ଦେବାକୁ ପଡ଼ିବ ଯେ ସେ ଦଳର ନୀତିକୁ ସର୍ବସାଧାରଣରେ ସମାଲୋଚନା କରିବେ ନାହିଁ।

ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଏହାର ରୂପ ବଦଳାଇବାକୁ ଯାଉଛି । ଆଉ ନୂତନ କର୍ମୀ ପାଇଁ ଇଛୁକ ବ୍ୟକ୍ତିଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ | ଏହା ଅନୁଯାୟୀ, ନୂତନ ସଦସ୍ୟମାନଙ୍କୁ ସଦସ୍ୟତା ସମୟରେ ଘୋଷଣା କରିବାକୁ ପଡିବ ଯେ ସେମାନେ ସିଲିଂ ଆଇନଠାରୁ ଅଧିକ ସମ୍ପତ୍ତି ରଖିବେ ନାହିଁ ଏବଂ ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ ଥିବାବେଳେ ପରିଶ୍ରମ କିମ୍ବା କାର୍ଯ୍ୟ କରିବାକୁ ଦ୍ୱିଧା କରିବେ ନାହିଁ। ନୂତନ ଫର୍ମ ଅନୁଯାୟୀ, ନୂତନ ସଦସ୍ୟମାନଙ୍କୁ ୧୦ଟି ବ୍ୟକ୍ତିଗତ ପ୍ରତିଶୃତି ଦେବାକୁ ପଡିବ |

ସଂଗଠନ ନିର୍ବାଚନ ପୂର୍ବରୁ ନଭେମ୍ବର ୧ରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଆସନ୍ତା ବର୍ଷ ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୨୦ ମଧ୍ୟରେ ନୂତନ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିକଟରେ ଏହି ନିଷ୍ପତ୍ତିକୁ ସିଡବ୍ଲ୍ୟୁସି ବୈଠକରେ ଅନୁମୋଦନ କରାଯାଇଛି। ନୂତନ ସଦସ୍ୟମାନଙ୍କୁ ମଧ୍ୟ ଲିଖିତ ଆକାରରେ ପ୍ରତିଶୃତି ଦେବାକୁ ପଡିବ ଯେ ସେମାନେ କୌଣସି ପ୍ରକାର ସାମାଜିକ ଭେଦଭାବରେ ଲିପ୍ତ ରହିବେ ନାହିଁ ଏବଂ ଏହାକୁ ସମାଜରୁ ହଟାଇବା ପାଇଁ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର