ସିଦ୍ଧୁଙ୍କ ପୁଣି ବିବାଦୀୟ କଥା, ଦକ୍ଷିଣଭାରତ ଯିବା ଅପେକ୍ଷା ପାକିସ୍ତାନ ଯିବାକୁ ତାଙ୍କୁ ବେଶି ଭଲ ଲାଗେ

ଚଣ୍ଡିଗଡ଼ : ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି କଂଗ୍ରେସ ନେତା ତଥା ପଂଜାବ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ । ଏଥର ସେ କହିଛନ୍ତି ଯେ ଦକ୍ଷିଣ ଭାରତ ଯିବା ଅପେକ୍ଷା ପାକିସ୍ତାନ ଯିବାକୁ ସେ ଅଧିକ ପସନ୍ଦ କରନ୍ତି । ଦକ୍ଷିଣ ଭାରତ ଗଲେ ସେ କିଛି ଭାଷା ବୁଝି ପାରନ୍ତି ନାହିଁ, ସେଠାକାର ଖାଦ୍ୟ ତାଙ୍କୁ ପସନ୍ଦ ଲାଗେ ନାହିଁ । ଭାଷା ମଧ୍ୟରେ ସେ କେବଳ ଓ୍ଵଡକମକୁ ହିଁ ବୁଝିପାରନ୍ତି । ସେହିପରି ଖାଦ୍ୟ ମଧ୍ୟରେ ଇଡଲି ଚଳିବ, କିନ୍ତୁ ଅନ୍ୟ ଖାଦ୍ୟ ଖାଇବାକୁ ଭଲ ଲାଗେ ନାହିଁ । ଏହା ତୁଳନାରେ ପାକିସ୍ତାନ ଗଲେ ତାଙ୍କୁ ଭଲ ଲାଗେ । କାରଣ ପାକିସ୍ତାନରେ ଲୋକମାନେ ପଂଜାବୀ କୁହନ୍ତି, ଖାଦ୍ୟ ବି ପଂଜାବୀ । ଏଣୁ ସେଠାକୁ ଗଲେ ତାଙ୍କର କିଛି ସମସ୍ୟା ହୁଏ ନାହିଁ ବୋଲି କସୌଲି ସାହିତ୍ୟ ସମାରୋହରେ କହିଛନ୍ତି । ସେ ମଧ୍ୟ କହିଛନ୍ତି ଯେ ତାଙ୍କ ପାକିସ୍ତାନ ଗ୍ରସ୍ତ ଓ ଜେନେରାଲ ବାଜଓ୍ଵାଙ୍କୁ ଆଲିଙ୍ଗନ କୁ ନେଇ ସେ ଅନୁତପ୍ତ ନୁହନ୍ତି ।

ସମ୍ବନ୍ଧିତ ଖବର