କଂଗ୍ରେସ ବିଧାୟକ ବି ନାରାୟଣଙ୍କ କରୋନାରେ ପରଲୋକ

ବେଙ୍ଗାଲୁରୁ : ଗତକାଲି ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗଡ଼ି କରୋନାରେ ଆଖି ବୁଜିଥିବା ବେଳେ ଆଜି ପୁଣି ଜଣେ ନେତାଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। କର୍ଣ୍ଣାଟକ ବିଦର ଜିଲ୍ଲାର କଂଗ୍ରେସ ବିଧାୟକ ବି ନାରାୟଣ ରାଓଙ୍କ ଆଜି କରୋନାରେ ମୃତ୍ୟୁ ହୋଇଯାଇଛି। କରୋନାରେ ପୀଡ଼ିତ ଥିବା ନାରାୟଣ ରାଓ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ମିଳିଥିବା ସୂଚନାନୁଯାୟୀ ସେପ୍ଟେମ୍ବର ୧ ତାରିଖରେ ରାଓ କରୋନା ସଂକ୍ରମିତ ହେବାପରେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ମଣିପାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ୩.୫୫ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମଣିପାଲ୍‌ ହସ୍ପିଟାଲ୍‌ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ, ରାଓଙ୍କ ଶରୀରର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା। ସେ ଭେଣ୍ଟିଲେଟର୍‌ ସପୋର୍ଟ‌୍‌ରେ ରହିଥିଲେ।

ସମ୍ବନ୍ଧିତ ଖବର