#ମି ଠୁକୁ ନେଇ କଂଗ୍ରେସ ବିଧାୟକଙ୍କ ଚାଞ୍ଚଲ୍ୟକର ବୟାନ: ଆମ ଗାଁରେ ମଧ୍ୟ ରହିଛି ମି ଠୁର ଅନେକ ଉଦାହରଣ,କିନ୍ତୁ…

ନୂଆଦିଲ୍ଲୀ : ସାରାଦେଶରେ #ମି ଠୁ ଅଭିଯାନକୁ ନେଇ ଉଠିଥିବା ଝଡ଼ ଶାନ୍ତ ହେବାର ନାଁ ନେଉ ନାହିଁ। ଏହି ଅଭିଯାନର ଶିକାର ଅନେକ ବଡ଼ ବଡ଼ ନେତା, ଅଭିନେତା,ନିର୍ଦ୍ଦେଶକ ହୋଇ ସାରିଥିବା ବେଳେ ପ୍ରତିଦିନ ନୂଆ ନାମ ସାମ୍ନାକୁ ଆସୁଥିବାର ଦେଖାଯାଇଛି । ଏହି ଅଭିଯାନକୁ ନେଇ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଥିବା ବେଳେ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ଗୋବିନ୍ଦ ସିଂହ ଏହାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

oneindia.com

ତାଙ୍କ କହିବା ଅନୁଯାୟୀ, ଆମ ଗାଁରେ ମଧ୍ୟ ଅନେକ ମହିଳା ଯୌନ ଉତ୍ପୀଡନର ଶିକାର ହୋଇଛନ୍ତି । କିନ୍ତୁ ସେମାନେ ପାଟି ଖୋଲିବା ପରିବର୍ତ୍ତେ ଟଙ୍କା ନେଇ ଚୁପ୍‌ ରହିବାକୁ ପସନ୍ଦ କରନ୍ତି । କିଛି ଲୋକ ଏହି ଅଭିଯାନର ର୍ଦୁବ୍ୟବହାର କରି ନିଜ ଇଚ୍ଛା ପୂରଣ କରିବାରେ ଲାଗି ପଡ଼ିଛନ୍ତି ବୋଲି ସେ ବୟାନ ଦେଇଥିଲେ । ତାଙ୍କର ଏଭଳି ବୟାନ ପରେ ମଧ୍ୟପ୍ରଦେଶ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର