କେରଳ ବିଧାନସଭାକୁ ଗ୍ରେନେଡ ନେଇ ପହଞ୍ଚିଲେ କଂଗ୍ରେସ ବିଧାୟକ

ଥିରୁବନ୍ତପୁରମ୍‌: କେରଳ ବିଧାନସଭାରେ ବୁଧବାର ଏକ ଭୟଙ୍କର ପରିସ୍ଥିତି ଦେଖାଯାଇଥିଲା। ବିଧାନସଭା ଭିତରକୁ ଜଣେ ବିଧାୟକ ଗ୍ରେନେଡ ସେଲ୍‌ ନେଇ ପହଞ୍ଚି ଥିଲେ। ବିଧାୟକ ଜଣକ ବିଧାନସଭା ବାଚସ୍ପତିଙ୍କୁ ଗ୍ରେନେଡ ଦେଖାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଯେ, ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏହି ଘଟଣା ଘଟିଛି। କଂଗ୍ରେସ ବିଧାୟକ ଥିରୁଭଞ୍ଚୁର ରାଧାକୃଷ୍ଣ ଗ୍ରେନେଡ ସେଲ ନେଇ ବିଧାନସଭା ପହଞ୍ଚି ଥିଲେ। ବାଚସ୍ପତିଙ୍କୁ ଗ୍ରେନେଡ ଦେଖାଇବା ପରେ ବିଧାୟକ କହିଛନ୍ତି, ଗତ ସପ୍ତାହରେ ଯୁବ କଂଗ୍ରେସ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ଏହାକୁ ବ୍ୟବହାର କରାଯାଇଥିଲା।

କଂଗ୍ରେସ ବିଧାୟକ ବାଚସ୍ପତିଙ୍କୁ କହିଥିଲେ, ପୁଲିସ ଯେଉଁ ଗ୍ରେନେଡ କଂଗ୍ରେସ କର୍ମକର୍ତ୍ତାଙ୍କ ବିରୋଧରେ ବ୍ୟବହାର କରିଛି, ଏହାର ସମୟ ଶେଷ ହୋଇଛି। ସେ କହିଛନ୍ତି, ପୁଲିସ ଏମିତି ଗ୍ରେନେଡ ବ୍ୟବହାର କରୁଛି, ଯାହା କି ସ୍ୱାସ୍ଥ୍ୟ ପ୍ରତି ବିପଦ।

କଂଗ୍ରେସ ବିଧାୟକଙ୍କ ଏହି ଉଦ୍ୟମ ପରେ ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ, ଏମିତି ହେବା ଘଟଣା ସୁରକ୍ଷା ପ୍ରତି ବିପଦ। ହଙ୍ଗାମା ପରେ କଂଗ୍ରେସ ବିଧାୟକ ଗ୍ରେନଡକୁ ବିଧାନସଭା ଅଧିକାରୀଙ୍କୁ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର