ଭୋପାଳ : ମଧ୍ୟପ୍ରଦେଶରେ କଂଗ୍ରେସର ନିଖୋଜ ଥିବା ୪ ଜଣ ବିଧାୟକଙ୍କ ମଧ୍ୟରୁ ଆଜି ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ବାଚସ୍ପତି ଏନ. ପି. ପ୍ରଜାପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକମାନେ ମଧ୍ୟ ଇସ୍ତଫା ଦେବେ ବୋଲି ସୂଚନା ମିଳୁଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। କଂଗ୍ରେସ ବିଧାୟକଙ୍କ ଦଳବିରୋଧୀ କାର୍ଯ୍ୟ ଯୋଗୁ କମଳନାଥ ସରକାରଙ୍କ ସଙ୍କଟ ବଢ଼ିଯାଇଛି। ଇସ୍ତଫା ଦେବା ପରେ ହରଦୀପ କହିଛନ୍ତି, ଏହି ସରକାର ଆଉ ଲୋକଙ୍କ ପାଇଁ କାମ କରୁନାହିଁ। ଜଣେ ବି ମନ୍ତ୍ରୀ ଲୋକଙ୍କ ଭାବନାକୁ ସମ୍ମାନ ଦେଉନାହାନ୍ତି। ଏଭଳି ଦୁର୍ନୀତିଗ୍ରସ୍ତ ସରକାରରେ ସେ ବିଧାୟକ ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି। ମଧ୍ୟପ୍ରଦେଶ ବିଧାନସଭାରେ ଏବେ କଂଗ୍ରେସ ପାଖରେ ୧୧୩ ବିଧାୟକ ଥିବାବେଳେ ବିଜେପି ବିଧାୟକଙ୍କ ସଂଖ୍ୟା ହେଉଛି ୧୦୭। ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ୨ ଜଣ ସଦସ୍ୟଙ୍କ ପରଲୋକ ଘଟିଥିବାରୁ ଏବେ ସଦସ୍ୟ ସଂଖ୍ୟା ୨୨୮ରେ ରହିଛି। କଂଗ୍ରେସ ସରକାରକୁ ବିଏସ୍ପିର ଦୁଇ ଜଣ, ସମାଜବାଦୀ ପାର୍ଟିର ଜଣେ ଏବଂ ୪ ଜଣ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି। ଏବେ ତିନି ଜଣ କଂଗ୍ରେସ ବିଧାୟକଙ୍କ ସମେତ ଆଉ ଜଣେ ସ୍ବାଧୀନ ବିଧାୟକ ବି ନିଖୋଜ ଅଛନ୍ତି।
କମଳନାଥ ସରକାରଙ୍କ ସଙ୍କଟ ବଢ଼ିଲା : ଇସ୍ତଫା ଦେଲେ ଜଣେ କଂଗ୍ରେସ ବିଧାୟକ
/sambad/media/post_attachments/wp-content/uploads/2020/03/kamalnath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)