ହାଇଦ୍ରାବାଦ: ବିହାର ବିଧାନସଭାରେ ଆସନ୍ତା ୧୨ ତାରିଖରେ ନୀତୀଶ ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ । ଏହାର ପ୍ରାୟ ଏକ ସପ୍ତାହ ପୂର୍ବରୁ ବିହାରରେ ରାଜନୈତିକ ପାଣିପାଗ ଗରମ ହୋଇଯାଇଛି । ରବିବାର କଂଗ୍ରେସ ପକ୍ଷରୁ ନିଜ ବିଧାୟକମାନଙ୍କୁ ହାଇଦ୍ରାବାଦ ଅଣାଯାଇଛି ।
ତେବେ ଏ ସଂପର୍କରେ ବିଧାୟକମାନେ କହିଛନ୍ତି ଯେ ସେମାନେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଓ ହାଇଦ୍ରାବାଦ ବୁଲିବାକୁ ଆସିଛନ୍ତି । କିନ୍ତୁ ରିପୋର୍ଟ ଅନୁସାରେ ଆସ୍ଥାଭୋଟ ପୂର୍ବରୁ ବିଧାୟକଙ୍କ ଘୋଡ଼ାବେପାର କୁ ରୋକିବା ପାଇଁ କଂଗ୍ରେସ ଏହି ସତର୍କତାମୂଳକ ପଦକ୍ଷେପ ନେଇଛି। ଜଣେ ବିଧାୟକ କହିଛନ୍ତି ଯେ ସେ ଏଠାକୁ ଗସ୍ତ କରିବାକୁ ଆସିଥିବା ବେଳେ ବିହାର କଂଗ୍ରେସ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଅଭିନନ୍ଦନ ଜଣାଇବେ ବୋଲି କହିଛନ୍ତି।
ବିହାର କଂଗ୍ରେସ ସଭାପତି ଅଖିଳେଶ ସିଂହ କହିଛନ୍ତି, ନୂଆ ସରକାର ଗଠନ ହୋଇଛି, ଆମେ ସମସ୍ତେ ଏଠାରେ ପହଞ୍ଚିଛୁ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ, ଅଭିନନ୍ଦନ ଜଣାଇବୁ।
ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଲେ, "ଏହାକୁ ବୁଲିବାକୁ ଯାଇଛନ୍ତି ଯଦି ବୁଲିବାକୁ ଦିଅନ୍ତୁ । ଦିଲ୍ଲୀ ଆସିଥିଲେ ଓ ଏବେ ହାଇଦ୍ରାବାଦ ଯାଇଛନ୍ତି, ତାହା ଭଲ କଥା । ଆମର ୧୨୮ ବିଧାୟକ ଅଛନ୍ତି, ତେଣୁ ଆମକୁ ସେମାନଙ୍କ ଆବଶ୍ୟକତା ନାହିଁ। ଆମକୁ କଂଗ୍ରେସ ଓ ଆରଜେଡିର ସମର୍ଥନ ଦରକାର ନାହିଁ । ଆମକୁ ଲୋକଙ୍କ ସମର୍ଥନ ଦରକାର।