କୋଲକାତା : କୋଲକାତାରେ ଲୋକପ୍ରିୟ ଗାୟକ କେକେଙ୍କ ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ। ମଙ୍ଗଳବାର ସନ୍ଧ୍ୟାରେ ନଜରୁଲ ମଞ୍ଚରେ ଏକ କନ୍ସର୍ଟରେ କେକେ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରବଳ ଭିଡ଼ ସାଙ୍ଗକୁ ଅଡିଟୋରିୟମ ଭିତରେ ଏସି ବନ୍ଦ ରହିବାରୁ ଅଣନିଶ୍ବାସୀ ପରିସ୍ଥିତି ସୃଷ୍ଟି ହୋଇଥିଲା। କେକେଙ୍କ ମୃତ୍ୟୁ ପାଇଁ କନସର୍ଟ ଭେନ୍ୟୁରେ ପରିଚାଳନାଗତ ତ୍ରୁଟିକୁ ଦାୟୀ କରି ଏହାର ତଦନ୍ତ ଦାବି କରିଛନ୍ତି ଅଧୀର ରଂଜନ। ସେ କହିଛନ୍ତି, କେକେ ସଙ୍ଗୀତ ପରିବେଷଣ କରୁଥିବା ସମୟରେ ନଜରୁଲ ମଞ୍ଚର ପରିବେଶ, ଏହି ପ୍ଲାଟଫର୍ମର ସମାଲୋଚିତ ତ୍ରୁଟି ସହିତ ଅନେକ ଅସ୍ୱାଭାବିକ ପ୍ରଶ୍ନ ଉଙ୍କି ମାରୁଛି। ତେଣୁ କେକେଙ୍କ ଦୁଃଖଦ ମୃତ୍ୟୁ ପଛର କାରଣ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜରୁରୀ ହୋଇପଡ଼ିଛି। ଏସ୍ଏସ୍କେଏମ୍ ହସ୍ପିଟାଲରେ କେକେଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।
କେକେଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲେ କଂଗ୍ରେସ ସାଂସଦ ଅଧୀର ରଂଜନ
/sambad/media/post_attachments/wp-content/uploads/2022/06/adhir-ranjan-chowdhury-380.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)