ନୂଆଦିଲ୍ଳୀ: କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି । ଏଆଇସିସି ସଂଗଠନ ମହାସଚିବ କେ.ସି ବେଣୁଗୋପାଳ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଲୋକସଭା ପାଇଁ ଉପ ନେତା ପଦ ଦେବାକୁ ଅନୁରୋଧ କରିଛନ୍ତି । ମୁଖ୍ୟ ସଚେତକ ଓ ଦୁଇ ଜଣ ସଚେତକଙ୍କ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି ।