ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନୀ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇ ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି। 

Advertisment

ସେ କହିଛନ୍ତି ୨୦୧୯ ମସିହାରେ ସତରେ ସର୍ଜିକାଲ୍‌ ଷ୍ଟାଇକ୍‌ ହୋଇଥିଲା ବୋଲି କିଏ ଦେଖିଛି? ତାଙ୍କର ଏହି ଅଭିଯୋଗ ପରେ ବିଜେପି ନେତାମାନେ ଖୁବ୍ ଜୋର୍‌‌ରେ ତାଙ୍କ ଉପରେ ତାତି ଯାଇଛନ୍ତି। ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ପାକିସ୍ତାନ ପଳାଅ ବୋଲି ପରାମର୍ଶ ବି ଦେଇଛନ୍ତି। 

୨୦୧୯ ମସିହାର ସର୍ଜିକାଲ୍‌ ଷ୍ଟାଇକ୍‌ ଉପରେ ପ୍ରଶ୍ନ ଉଠାଇ ସେ କହିଥି‌ଲେ କି "କେହି ଏହାକୁ ଦେଖି ନଥିଲେ" ବୋଲି। ତାଙ୍କର ମନ୍ତବ୍ୟ ବିଜେପି ନେତାମାନଙ୍କ ଦ୍ୱାରା ତୀବ୍ର ସମାଲୋଚନା କରାଯାଇଛି। ସେ ସଶସ୍ତ୍ର ବାହିନୀର ମନୋବଳ ହ୍ରାସ କରୁଛନ୍ତି ବୋଲି ବିଜେପି ନେତାମାନେ ଅଭିଯୋଗ ଆଣିଛନ୍ତି। 

"ଆଜି ପର୍ଯ୍ୟନ୍ତ, ମୁଁ (ସର୍ଜିକାଲ୍) ଷ୍ଟ୍ରାଇକ୍ କେଉଁଠାରେ ହୋଇଥିଲା, ସେହି ସମୟରେ କେଉଁଠାରେ ପୁରୁଷମାନଙ୍କୁ ହତ୍ୟା କରାଯାଇଥିଲା ଏବଂ ପାକିସ୍ତାନରେ ଏହା କେଉଁଠି ଘଟିଥିଲା ​​ତାହା ପାଇପାରିଲି ନାହିଁ। କିଛି ହୋଇନଥିଲା। କୌଣସି ସ୍ଥାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଦେଖାଯାଇ ନଥିଲା। କେହି ଜାଣିପାରିଲେ ନାହିଁ,"।  ଏକ ସାମ୍ବାଦିକ ସମ୍ମିଳନୀରେ ଚାନ୍ନୀ ଏପରି କହିଛନ୍ତି।। ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ସବୁବେଳେ ପ୍ରମାଣ ଦାବି କରିଛି।"