ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସରକାରୀ ବାସଭବନ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀର ସୁନହରୀ ବାଗ ରୋଡରେ ଥିବା ୫ ନମ୍ବର ବଙ୍ଗଳା ଏବେ ତାଙ୍କର ନୂଆ ଠିକଣା ହେବ । ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ଜେନେରାଲ ପୁଲର ଏହି ଟାଇପ୍ ୮ ବଙ୍ଗଳା ପାଇଁ ଅନୁମୋଦନ ଦେଇଥିଲେ। ସରକାରୀ ଆବଣ୍ଟନ ଓ ସୌନ୍ଦର୍ଯ୍ୟକରଣ ପରେ ରାହୁଲ ଗାନ୍ଧି ଏହି ସ୍ଥାନକୁ ଚାଲିଯିବେ। ବିରୋଧୀ ଦଳ ନେତା ଭାବେ ରାହୁଲଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ଥିତି ଅନୁଯାୟୀ ଟାଇପ୍ ୮ ବଙ୍ଗଳା ମିଳିବ।

Advertisment

ବର୍ତ୍ତମାନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ତାଙ୍କ ମା' ସୋନିଆ ଗାନ୍ଧୀଙ୍କ ସହ ୧୦-ଜନପଥରେ ରହୁଛନ୍ତି, କିନ୍ତୁ ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଠିକଣା ଥିଲା ୧୨, ତୁଘଲକ ଲେନ୍ ୨୦୦୪ରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ। ଗତ ବର୍ଷ ମାର୍ଚ୍ଚ ମାସରେ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିବା ପରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା ଏବଂ ୧୨, ତୁଗଲକ ଲେନ୍ ସ୍ଥିତ ବଙ୍ଗଳାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ସେ ନୂଆ ବଙ୍ଗଳା ନେଇ ନଥିଲେ।