ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ କଂଗ୍ରେସର ଜଣେ ସାଂସଦ ଏକ ପ୍ରାଇଭେଟ୍ ମେମ୍ବର ବିଲ୍ ଆଗତ କରିଛନ୍ତି, ଯେଉଁଥିରେ ବିବାହ ରେ ହେଉଥିବା ଖର୍ଚ୍ଚକୁ ରୋକିବାକୁ ଲକ୍ଷ୍ୟ ରଖାଯାଇଛି।
ଗତ ଶୁକ୍ରବାର ଲୋକସଭାରେ କଂଗ୍ରେସ ସାଂସଦ ଜସବୀର ସିଂହ ଗିଲ ଆଗତ କରିଥିବା ବ୍ୟକ୍ତିଗତ ବିଲ୍ ଅନୁଯାୟୀ, ବାହାଘରରେ କେବଳ ୫୦ ଜଣ ବରଯାତ୍ରୀ ଯୋଗ ଦେଇପାରିବେ। ଏହାବ୍ୟତୀତ ବିବାହରେ ୧୦ରୁ ଅଧିକ ବ୍ୟଞ୍ଜନ ପରିବେଷଣ କରାଯାଇପାରିବ ନାହିଁ। ଶଗୁନ କିମ୍ବା ଉପହାର ଆକାରରେ ୨୫୦୦ ଟଙ୍କାରୁ ଅଧିକ ଦିଆଯାଇପାରିବ ନାହିଁ ବୋଲି ମଧ୍ୟ ବ୍ୟବସ୍ଥା ରହିଛି।
କଂଗ୍ରେସ ସାଂସଦ ଜସବୀର ସିଂହ ଗିଲ୍ ଗତ ଅଗଷ୍ଟ ୪ ତାରିଖରେ ଲୋକସଭାରେ 'ସ୍ବତନ୍ତ୍ର ଅବସରରେ ବିବାହ ଅପବ୍ୟୟ ନିବାରଣ ବିଲ୍ ୨୦୨୦' ଆଗତ କରିଥିଲେ। ଗରିବ ଓ ନିରାଶ୍ରୟଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ବିବାହ ଓ ପର୍ବପର୍ବାଣୀ ଭଳି ବିଶେଷ ଅବସରରେ ଅଯଥା ଖର୍ଚ୍ଚକୁ ରୋକିବା ଏହି ବିଲ୍ ର ଉଦ୍ଦେଶ୍ୟ। ଏହି ବିଲ୍ ର ପ୍ରମୁଖ ବ୍ୟବସ୍ଥା ଉପରେ ଆଲୋକପାତ କରି କଂଗ୍ରେସ ସାଂସଦ ଟ୍ୱିଟ୍ କରି କହିଛନ୍ତି ଯେ ଏହା ବାରାଟରେ ଉପସ୍ଥିତ ଥିବା ଲୋକଙ୍କ ସଂଖ୍ୟାକୁ ସୀମିତ କରିଥାଏ, ଯେଉଁଥିରେ ସର୍ବାଧିକ ୫୦ ଜଣ ଲୋକ ରହିଥାନ୍ତି। ଏହାବ୍ୟତୀତ ପ୍ରସ୍ତାବିତ ଆଇନରେ ଲିଙ୍ଗ ଅନୁପାତରେ ଉନ୍ନତି ଆଣିବା ଏବଂ ଭ୍ରୁଣ ହତ୍ୟା ସମସ୍ୟାର ମୁକାବିଲା ଦିଗରେ ସକାରାତ୍ମକ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖାଯାଇଛି।