ଭାରତୀୟ ପଶୁଙ୍କ ଶରୀରରେ ରୋଗ ସୃଷ୍ଟିକରିବାକୁ ଚିତା ଆଣିଛନ୍ତି ମୋଦୀ ସରକାର : କଂଗ୍ରେସ

ମୁମ୍ବାଇ : ନାଇଜେରିଆରୁ ଭାରତ ସରକାର ଆଣିଥିବା ଚିତାମାନଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲେ କହିଛନ୍ତି ଯେ ଭାରତୀୟ ଗୃହପାଳିତ ପଶୁମାନଙ୍କ ମଧ୍ୟରେ  ଫୁଲକା ଚର୍ମରୋଗ ସୃଷ୍ଟି କରିବାକୁ ଓ ଚାଷୀମାନଙ୍କୁ ତଳିତଳାନ୍ତ କରିବାକୁ କେନ୍ଦ୍ର ସରକାର ଜାଣିଶୁଣି ଆଣିଛନ୍ତି ।

, “ଦୀର୍ଘ ଦିନ ଧରି ନାଇଜେରିଆରେ ଏହି ଚର୍ମ ରୋଗର ଭୁତାଣୁର ପ୍ରାର୍ଦୁର୍ଭାବ ରହିଆସିଛି । ଚିତାଗୁଡ଼ିକୁ ମଧ୍ୟ ସେଠାରୁ ଅଣାଯାଇଛି । ଚାଷୀଙ୍କ କ୍ଷତି ପାଇଁ କେନ୍ଦ୍ର ସରକାର ଜାଣିଶୁଣି ଏହା କରିଛନ୍ତି ବୋଲି ପାଟୋଲ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ।

ଗତ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ଆଣିଥିବା ଚିତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କ (କେଏନପି) ରେ ଛାଡ଼ିଥିଲେ । ଚୀନ୍ ବିଲୁପ୍ତ ହେବାର ସାତ ଦଶନ୍ଧି ପରେ ଭାରତରେ ପୁନଃ ଉତ୍ପାଦନ ପାଇଁ ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଅଣାଯାଇଛି ।

ଗତ କିଛି ମାସ ହେଲା ଦେଶର ଗୃହପାଳିତ ପଶୁ ବିଶେଷକରି ଗୋରୁମାନଙ୍କ ଶରୀରରେ ଏକ ରହସ୍ୟମୟ ଫୁଲକା ଚର୍ମରୋଗ ଦେଖାଯାଉଛି । ଏହା ଫଳରେ ରାଜସ୍ଥାନ,ଗୁଜୁରାଟ, ମହାରାଷ୍ଟ୍ର ଆଦି ରାଜ୍ୟରେ ଶହ ଶହ ଗାଈଗୋରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏହାକୁ ନେଇ ସ୍ଥାନୀୟ କୃଷକମାନଙ୍କ ମଧ୍ଯରେ ଆତଙ୍କ ଖେଳିଯାଇଛି ।

 

ସମ୍ବନ୍ଧିତ ଖବର