ହାରିବା ସୁନିଶ୍ଚିତ ବୋଲି ଜାଣିବା ପରେ ଏବେ ମୋତେ ଛାଡ଼ି ଇଭିଏମ୍‌କୁ ଗାଳି ଦେଉଛନ୍ତି ବିରୋଧୀ ଦଳ : ନରେନ୍ଦ୍ର ମୋଦୀ

ଲୋହରଦଗା(ଝାରଖଣ୍ଡ) : ନିର୍ବାଚନର ତୃତୀୟ ପର୍ଯ୍ୟାୟ ଗତକାଲି ଶେଷ ହୋଇ ସାରିଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୁଧବାର ଝାଡ଼ଖଣ୍ଡର ଲୋହରଦଗାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ସେ ବିରୋଧୀ ଦଳର ଅବସ୍ଥା ବିଷୟରେ ଜଣାଇଛନ୍ତି । ପୂର୍ବରୁ ମୋଦୀକୁ ଗାଳି ଦେଉଥିବା ଲୋକେ ଏବେ ନିଜର ହାରିବା ସୁନିଶ୍ଚିତ ବୋଲି ଜାଣି ଇଭିଏମ୍‌କୁ ଗାଳି ଦେଉଥିବା କହିଛନ୍ତି ମୋଦୀ ।

Livemint

ଲୋହରଦଗା ଲୋକସଭା କ୍ଷେତ୍ରରେ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ରାଜ୍ୟମନ୍ତ୍ରୀ ସୁଦର୍ଶନ ଭଗତଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଥିବା ସମୟରେ ବିରୋଧୀ ଦଳକୁ ନେଇ ଏଭଳି ବୟାନ ରଖିଥିଲେ ମୋଦୀ । ଜନମସଭାକୁ ସମ୍ବୋଧନ କରି, ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷ ହେଉ ହେଉ ବିରୋଧୀ ଦଳ ନିଜର ହାରିବା ସୁନିଶ୍ଚିତ ବୋଲି ଜାଣି ନେଇଛନ୍ତି । ଯାହା ପାଇଁ ସେମାନେ ମୋତେ ଛାଡ଼ି ବିଚରା ଇଭିଏମ୍‌ ମେସିନ୍‌ ଉପରେ ରାଗ ଶୁଝାଉଛନ୍ତି । ଇଭିଏମ୍‌ ମେସିନ୍‌କୁ ନେଇ ବିବାଦ ଆରମ୍ଭ କରିବାକୁ ବିପକ୍ଷ ଦଳ ଏବେ ପ୍ରସ୍ତୁତି ଆରମ୍ଭ କରିଛି । ଜନତା ଯେତେବେଳେ ଚୌକିଦାରକୁ ଏତେ ଭଲପାଇବା ଦେବ । ତେବେ ଇଭିଏମ୍‌କୁ ତ ଏହାର ପରିଣାମ ଭୋଗିବାକୁ ହେବ । ଆଜି ପର୍ଯ୍ୟନ୍ତ ସେମାନେ ଯେତେ ଗାଳି ମୋଦୀକୁ ଦେଇ ଆସିଛନ୍ତି, ଏବେ ସେ ସବୁ ଇଭିଏମ୍‌କୁ ଶୁଣିବାକୁ ପଡ଼ୁଛି ବୋଲି କହିଥିଲେ ମୋଦୀ ।

ସମ୍ବନ୍ଧିତ ଖବର