ନୂଆଦିଲ୍ଲୀ : ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ଏନ୍ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ମେଣ୍ଟ କରିଛନ୍ତି। ଶରଦ ପାୱାରଙ୍କ ନେତୃତ୍ବାଧୀନ ଏନ୍ସିପି ଗୁଜରାଟରେ ୧୮୨ ଆସନରୁ ୩ଟି ଆସନରେ ନିର୍ବାଚନ ଲଢ଼ିବ। ଉଭୟ କଂଗ୍ରେସ ଏବଂ ଏନ୍ସିପିର ନେତାମାନେ ଆଜି ଏହା ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ଏନ୍ସିପି ପୃଥକ୍ ଭାବେ ନିର୍ବାଚନ ଲଢ଼ିଥିଲେ। ଏନ୍ସିପିର କନ୍ଧଲ ଜାଡ଼େଜା ଏକମାତ୍ର ବିଧାୟକ ଯିଏ କି ନିର୍ବାଚନ ଜିତିଥିଲେ। ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୁର କହିଛନ୍ତି ଏନ୍ସିପି-କଂଗ୍ରେସ ମେଣ୍ଟ ପ୍ରତି ବିପୁଳ ସମର୍ଥନ ମିଳିବ। ଏନ୍ସିପି ୩ଟି ଆସନ ଉମରେଥ (ଆନନ୍ଦ ଜିଲ୍ଲା), ନରୋଦା (ଅହମଦାବାଦ) ଏବଂ ଦେବଗଡ଼ ବରିଆ (ଦାହୋଦ) ଜିଲ୍ଲାରୁ ନିର୍ବାଚନ ଲଢ଼ିବ। ସାମ୍ବାଦିକଙ୍କୁ ସୂଚନା ଦେଇ ଏନ୍ସିପିର ଗୁଜରାଟ ମୁଖ୍ୟ ଜୟନ୍ତ ପଟେଲ ବୋସ୍କେ କହିଛନ୍ତି, ଏନ୍ସିପି ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବାପାଇଁ କଂଗ୍ରେସକୁ ସହଯୋଗ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/congress-ncp.jpg)