ନୂଆଦିଲ୍ଲୀ: କଂଗ୍ରେସ ସଭରପତି ରାହୁଲ ଗାନ୍ଧୀ ଆଜି ଏନ୍ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବର୍ତ୍ତମାନର ରାଜନୈତିକ ସ୍ଥିତି ସଂକ୍ରାନ୍ତରେ ଆଲୋଚନା ପାଇଁ ରାହୁଲ ପାୱାରଙ୍କୁ ସାକ୍ଷାତ କରିଥିବା କୁହାଯାଇଥିଲେ ମଧ୍ୟ କେତେକ ସୂତ୍ରରୁ ଜଣାପଡ଼ିଛି ଯେ ଦୁଇ ପ୍ରମୁଖ ନେତା ଆଜି କଂଗ୍ରେସ- ଏନ୍ସିପିର ମିଶ୍ରଣ ନେଇ ବିଚାର ବିମର୍ଶ କରିଥିଲେ। ରାହୁଲ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ଜିଦ୍ରେ ଅଟଳ ରହିବା ସହିତ ଅନ୍ୟ କୌଣସି ବରିଷ୍ଠ ନେତାଙ୍କୁ ସାକ୍ଷାତ କରୁନାହାନ୍ତି। କିନ୍ତୁ ଏଭଳି ଏକ ସ୍ଥିତିରେ ରାହୁଲ ନିଜ ପଟୁ ପାୱାରଙ୍କୁ ଯାଇ ସାକ୍ଷାତ କରିବା ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହାକୁ ବିରୋଧୀ ଦଳ ନେତା ପଦ ମଧ୍ୟ ମିଳିବନି। ଆଜି ଏ ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା କୁହାଯାଉଛି।
କଂଗ୍ରେସ-ଏନ୍ସିପି ମିଶ୍ରଣ!
/sambad/media/post_attachments/wp-content/uploads/2019/05/rahul-pawar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)