କଂଗ୍ରେସ ନିଜେ ପ୍ରତ୍ୟାବର୍ତ୍ତନ କରିବାକୁ ସକ୍ଷମ, ଏଥିପାଇଁ ପ୍ରଶାନ୍ତ କିଶୋରଙ୍କ ଆବଶ୍ୟକତା ନାହିଁ : ପିକେ

ନୂଆଦିଲ୍ଲୀ : କଂଗ୍ରସ ଦଳର ପୁନରୁତ୍ଥାନ ପାଇଁ ପ୍ରଶାନ୍ତ କିଶୋରଙ୍କ ଆବଶ୍ୟକତା ନାହିଁ ।  ଏହି ଦଳ ନିଜେ ତାହା କରିବାକୁ ସକ୍ଷମ ବୋଲି ସ୍ବୟଂ ପ୍ରଶାନ୍ତ କିଶୋର(ପିକେ) ମତ ପ୍ରକାଶ କରିଛନ୍ତି।

ଜାତୀୟ ଗଣମାଧ୍ୟମ  ‘ଇଣ୍ଡିଆ ଟୁଡେ’କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, କଂଗ୍ରେସର ଭବିଷ୍ୟତ ଯୋଜନା ସଂପର୍କରେ ସେ ଦଳୀୟ ନେତାମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ଦଳ ନିଜେ ପ୍ରତ୍ୟାବର୍ତ୍ତନ କରିବାକୁ ସକ୍ଷମ, ଏଥିପାଇଁ ତାଙ୍କ ଆବଶ୍ୟକତା ନାହିଁ । ଏଣୁ କଂଗ୍ରେସ ଦଳର ଅଫରକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବା ନେଇ ସେ ପ୍ରସ୍ତାବ ଦେଇଥିଲେ କି ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ସେ କଂଗ୍ରେସ ଦଳକୁ ଦେଇଥିବା ନେତୃତ୍ବ ଯୋଜନା ସଂପର୍କିତ ବ୍ଲୁପ୍ରିଣ୍ଟରେ ରାହୁଲ କିମ୍ବା ପ୍ରିୟଙ୍କାଙ୍କ ନାଁ ନଥିଲା ।

ଦୁଇ ସପ୍ତାହ ତଳେ ପ୍ରଶାନ୍ତ କିଶୋର ସୋନିଆଙ୍କୁ ଭେଟିବା ସହ ୨୦୨୪ ନିର୍ବାଚନରେ ବିଜୟ ପାଇଁ କେତେକ ପରାମର୍ଶ ଓ ବ୍ଲୁପ୍ରିଣ୍ଟ ପ୍ରଦାନ କରିଥିଲେ । ଏହା ପରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଗତ ୨୬ ତାରିଖରେ କଂଗ୍ରେସ ଦଳରେ ଯୋଗଦେବା ଅଫରକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ତାଙ୍କ ଅପେକ୍ଷା କଂଗ୍ରେସ ଦଳ  ନେତୃତ୍ବ ଓ ସାଂଗଠନିକ ସ୍ତରରେ ଥିବା ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ସଂସ୍କାର ପାଇଁ ସାମୁହିକ ଇଚ୍ଛାଶକ୍ତି ଆବଶ୍ୟକ କରେ ବୋଲି ପିକେ କହିଥିଲେ ।

ସମ୍ବନ୍ଧିତ ଖବର