ଜାତୀୟ କିମ୍ବା ଗଣତାନ୍ତ୍ରିକ ଦଳ ନୁହେଁ, କଂଗ୍ରେସ ବର୍ତ୍ତମାନ ଭାଇ-ଭଉଣୀଙ୍କ ଦଳରେ ପରିଣତ ହୋଇଛି: ଜେପି ନଡ୍ଡା

ନୂଆଦିଲ୍ଲୀ: କଂଗ୍ରେସ ବର୍ତ୍ତମାନ ଜାତୀୟ କିମ୍ବା ଗଣତାନ୍ତ୍ରିକ ଦଳ ନୁହେଁ, ଏହା ଏବେ ଭାଇ-ଭଉଣୀଙ୍କ ଦଳରେ ପରିଣତ ହୋଇଛି। ଗୁରୁବାର ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଜେ.ପି ନଡ୍ଡା ଏଭଳି ମନ୍ତବ୍ୟ ଦେଇଛନ୍ତି। ‘ଥ୍ରେଟ ଅଫ୍ ଡାଇନାଷ୍ଟିକ୍ ପାର୍ଟିଜ୍ ଟୁ ଡେମୋକ୍ରାଟିକ୍ ଗର୍ଭନେନ୍ସ’ର ସେମିନାରରେ ସେ କହିଛନ୍ତି ଯେ, କଂଗ୍ରେସ ଏ‌ବେ ଭାଇ-ଭଉଣୀ ଦଳରେ ପରିଣତ ହୋଇଛି। ବଂଶବାଦୀ ଦଳ, ଯେଉଁଠାରେ ଜଣେ ବ୍ୟକ୍ତିର ଆଗ୍ରହ ସର୍ବୋଚ୍ଚ ହୋଇଥାଏ, ସେହି ଦଳରେ ଆଦର୍ଶର ଅଭାବ ଥାଏ ଏବଂ ଦଳଟି ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଥାଏ।

ସେ ଆହୁରି କହିଛନ୍ତି ଯେ, ଜନ୍ମ ଆଧାରରେ କୌଣସି ଭେଦଭାବକୁ ସମ୍ବିଧାନରେ ବାରଣ କରାଯାଇଥିବାବେଳେ ଜନ୍ମ ଆଧାରରେ ବଂଶବାଦୀ ଦଳଗୁଡିକର ନେତୃତ୍ୱ ବଛାଯାଏ ଏବଂ ଅନ୍ୟମାନଙ୍କୁ ଅଣଦେଖା କରାଯାଏ। ଏଭଳି କହି ସେ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ଥିବ‌ା ବଂଶବାଦୀ ଦଳ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଜାତୀୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରୁଥିବାବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଞ୍ଚଳିକ ସ୍ତରରେ ଯୁବ ନେତାଙ୍କୁ ବା ନୂଆ ଆଶାୟୀଙ୍କୁ ସ୍ଥାନ ନ ଦେଇଥିବାର ଅଭିଯୋଗ କରି ବିଜେପି ସଭାପତି ଆଞ୍ଚଳିକ ଦଳର ଅଭିବୃଦ୍ଧି ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି।

Congress Neither National Nor Indian, Now Party Of 'Bhai-Behan': BJP Chief JP Nadda
ndtv

ଏହା ସହ ସେ କହିଛନ୍ତି ଯେ, ବିଜେପି “ବିବିଧତା ମଧ୍ୟରେ ଏକତା” ଉପରେ ବିଶ୍ୱାସ କରେ ଏବଂ କେନ୍ଦ୍ରକୁ ମଜବୁତ କରିବା ସହ ଆଞ୍ଚଳିକ ସ୍ତରରେ ଯୁବ ନେତାଙ୍କୁ ବା ନୂଆ ଆଶାୟୀଙ୍କୁ ସ୍ଥାନ ଦିଏ। ହେଲେ କଂଗ୍ରେସ ଏଭଳି କରୁନଥିବାରୁ ଏହା ଏବେ କେବଳ ଭାଇ-ଭଉଣୀଙ୍କ ଦଳ ହୋଇ ରହିଯାଇଛି।

ସମ୍ବନ୍ଧିତ ଖବର