ନୂଆଦିଲ୍ଲୀ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଆଜି ଘୋଷଣା କରିଛି ଯେ ଏହା ଦିଲ୍ଲୀରେ ଆପ୍ ସହ ମେଣ୍ଟ କରିବନି। ଦିଲ୍ଲୀ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ ଆଜି ଏନେଇ ଘୋଷଣା କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆପ୍ ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରି କଂଗ୍ରେସ ସବୁ ଆସନରେ ଲଢ଼ିବ ବୋଲି କହିଛନ୍ତି। ଏହା ରାଜ୍ୟ କଂଗ୍ରେସର ନିଷ୍ପତ୍ତି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି ବୋଲି ଶୀଲା ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି। ତେବେ କଂଗ୍ରେସର ଏହି ଘୋଷଣା ଫଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟ୍କା ଲାଗିଛି। କେଜ୍ରିୱାଲ୍ ଆଜି କଂଗ୍ରେସର ଏଭଳି ନିଷ୍ପତ୍ତି ପାଇଁ କଡ଼ା ସମାଲୋଚନା କରିଛନ୍ତି।ଏକ ଟ୍ବିଟ୍ ମାଧ୍ୟମରେ କେଜ୍ରିୱାଲ୍ କହିଛନ୍ତି ଯେ କଂଗ୍ରେସ ବିଜେପିକୁ ସାହାଯ୍ୟ କରୁଛି। ଯେଉଁଠି ଦେଶବାସୀ ମୋଦୀ-ଶାହଙ୍କୁ ହରାଇବାକୁ ଚାହୁଛନ୍ତି ସେଠି କଂଗ୍ରେସ ବିଜେପି ପାଇଁ ରାସ୍ତା ସହଜ କରିବାରେ ଲାଗିଛି। ଦିଲ୍ଲୀରେ ବିଜେପି ସହ କଂଗ୍ରେସର ଗୁପ୍ତ ବୁଝାମଣା ହୋଇଛି ବୋଲି ସେ କହିଛନ୍ତି। ତେବେ କଂଗ୍ରେସ-ବିଜେପି ଅପବିତ୍ର ମେଣ୍ଟ ବିରୋଧରେ ଲଢ଼େଇ ପାଇଁ ଦିଲ୍ଲୀର ଜନତା ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଆପ୍ ନିକଟରେ ଦିଲ୍ଲୀର ୬ଟି ଆସନରୁ ପ୍ରାର୍ଥୀ ଘୋଷଣା କରି ସ୍ପଷ୍ଟ କରିଥିଲା ଯେ ଏହା ବୁଝାମଣା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ କଂଗ୍ରେସ କେଜ୍ରିୱାଲ୍ଙ୍କୁ ନିରାଶ କରି ଆପ୍ ସହ ମେଣ୍ଟ ପ୍ରସ୍ତାବକୁ ଆଜି ପ୍ରତ୍ୟାଖ୍ୟାନ କରିଛି।
ଦିଲ୍ଲୀରେ ଆପ୍ ସହ ମେଣ୍ଟ କରିବନି କଂଗ୍ରେସ
କଂଗ୍ରେସ ବିରୋଧରେ ବର୍ଷିଲେ କେଜ୍ରିୱାଲ୍
/sambad/media/post_attachments/wp-content/uploads/2019/03/aap-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)