ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସର ସ୍ୱାଗତ: ବିଜେପିର ମନ୍ଦିର ରାଜନୀତି ପାଇଁ ବନ୍ଦ ହୋଇଯିବ ବାଟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏହାକୁ ନେଇ ରାଜନୈତିକ ଦଳମାନେ ନିଜ ନିଜର ବୟାନ ରଖିଛନ୍ତି | କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମନ୍ଦିର ନିର୍ମାଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସ ସମର୍ଥନ କରୁଛି | ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ସପକ୍ଷରେ କଂଗ୍ରେସ ରହିଛି |


ଏହି ରାୟ କେବଳ ମନ୍ଦିର ନିର୍ମାଣ ପାଇଁ ଦ୍ୱାରା ଖୋଲିନାହିଁ ବରଂ ଯେଉଁ ରାଜନୈତିକ ଦଳମାନେ ଏହାକୁ ନେଇ ରାଜନୀତି କରୁଥିଲେ ସେମାନଙ୍କ ପାଇଁ ଦ୍ୱାର ବନ୍ଦ କରିଦେଇଛି | କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ଯେ ବିଜେପି ସହ ଅନ୍ୟ କିଛି ରାଜନୈତିକ ଦଳ ଯେଉଁମାନେ ମନ୍ଦିର ନିର୍ମାଣକୁ ନେଇ ରାଜନୀତି କରୁଥିଲେ ସେମାନଙ୍କ ପାଇଁ ବାଟ ବନ୍ଦ ହୋଇଯାଇଛି |

ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରୁଛି | ସାମାଜିକ ସୌହାର୍ଦ୍ଦ୍ୟ ରଖିବାରେ ଏହି ରାୟ ସହାୟକ ହେବ | ଏହି ଘଟଣାକୁ ନେଇ ଯେଭଳି କୌଣସି ବିବାଦ ନ ହେଉ ସେଥିପାଇଁ ସେ ଅପିଲ କରୁଛନ୍ତି |

ସମ୍ବନ୍ଧିତ ଖବର