ନୂଆଦିଲ୍ଲୀ: ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସର ଅନ୍ତର୍ଜାତୀୟ ଶାଖା ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ(ଆଇଓସି) ବ୍ୟବସାୟିକ, ସାଂସ୍କୃତିକ ଓ ପର୍ଯ୍ୟଟନ ସଂପର୍କ ବଢ଼ାଇବା ପାଇଁ ତୁର୍କୀରେ ଏକ କାର୍ଯ୍ୟାଳୟ ଖୋଲିଛି। ଇସ୍ତାନବୁଲ୍ରେ ଖୋଲା ଯାଇଥିବା ଏହି କାର୍ଯ୍ୟାଳୟକୁ ଆଇଓସିର ସଦସ୍ୟ ମହମ୍ମଦ ୟୁଶୁଫ୍ ଖାନଙ୍କ ତତ୍ବାବଧାନରେ ସୋମବାର ଉଦ୍ଘାଟନ କରାଯାଇଛି। ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ, ସାଂସ୍କୃତିକ ଓ ପର୍ଯ୍ୟଟନ ସଂପର୍କ ବୃଦ୍ଧି କରାଇବା ଉଦେଶ୍ୟରେ ଏହି କାର୍ଯ୍ୟାଳୟ ଖୋଲାଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଉଛି।
India's main opposition, the Indian National Congress, opens office in Turkey, appoints a representative to boost bilateral relations... This came right after Turkey extended its support to Pakistan at the United Nations post abrogation of Article 370?https://t.co/P0r3mazwIl
— Amit Malviya (@amitmalviya) November 11, 2019
ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କକୁ ମଜ୍ବୁତ କରିବା ପାଇଁ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ତୁର୍କୀରେ କାର୍ଯ୍ୟାଳୟ ଖୋଲିବା ସହ ପ୍ରତିନିଧୀ ନିଯୁକ୍ତି କରିଥିବା ସୂଚନା ରହିଛି। ଯେହେତୁ ଜାତିସଂଘରେ ତୁର୍କୀ ଧାରା ୩୭୦ ଉଚ୍ଛେଦ ପ୍ରସଂଗ ନେଇ ପାକିସ୍ତାନକୁ ସମର୍ଥନ କରିଥିଲା ତେଣୁ ତୁର୍କୀରେ ନିଜର କାର୍ଯ୍ୟାଳୟ ଖୋଲିଥିବା ହେତୁ ସୋସିଆଲ୍ ମିଡିଆରେ କଂଗ୍ରେର ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ହେଉଛି। ଏପରିକି ବିଜେପିର ଆଇଟି ସେଲ୍ ଦାୟିତ୍ବରେ ଥିବା ଅମିତ ମାଲବ୍ୟ ଏ ନେଇ କଂଗ୍ରେସକୁ ସିଧାସଳଖ ପ୍ରଶ୍ନ କରିଛନ୍ତି।