ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ଦ୍ବାରା ମାଗଣା ବଣ୍ଟନକୁ ନିୟନ୍ତ୍ରଣ କରିବାକୁ ନିର୍ବାଚନ କମିସନ କେତେକ ପ୍ରସ୍ତାବ ଦେଇଥିବାବେଳେ ତାହାକୁ ବିରୋଧ କରିଛି କଂଗ୍ରେସ । ଏହା ଗଣତନ୍ତ୍ରର ବିରୋଧୀ ବୋଲି ଦଳ କହିଛି ।
ଦଳର ନେତା ଜୟରାମ ରମେଶ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ଏହି ପ୍ରସ୍ତାବ ଭାରତୀୟ ଗଣତନ୍ତ୍ରର କଫିନରେ ଆଉ ଏକ କଣ୍ଟା ହେବ । ଏହା ପ୍ରତିଯୋଗିତାମୂଳକ ରାଜନୀତିର ବିରୋଧୀ ।
ସୂଚନାଯୋଗ୍ୟ ଯେ, ମାଗଣା ବଣ୍ଟନ ପ୍ରସଙ୍ଗରେ କମିସନ ଗତ ମଙ୍ଗଳବାରଦିନ କେତେକ ପ୍ରସ୍ତାବ ଦେଇଥିଲା । ରାଜନୈତିକ ଦଳମାନଙ୍କୁ ଏହି ପରାମର୍ଶ ଜାରି କରି କମିସନ କହିଛନ୍ତି ଯେ ଭୋଟରମାନଙ୍କ ପାଇଁ ଘୋଷଣା କରାଯାଉଥିବା ସ୍କିମ ପାଇଁ ଅର୍ଥ କେଉଁଠୁ ଯୋଗାଡ଼ ହେବ ସେ ସମ୍ପର୍କରେ ବି ଭୋଟରଙ୍କୁ ଜଣାଇଦିଆଯିବା ଉଚିତ୍ ।
"ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଉପାୟରେ ଉପଯୁକ୍ତ ସମୟରେ ନିର୍ବାଚନ କରିବା କୌଣସି ଗଣତନ୍ତ୍ର ପାଇଁ ଅବିଚ୍ଛେଦ୍ୟ ଅଟେ। 'ମୁକ୍ତ, ନିରପେକ୍ଷ' ଏବଂ ସ୍ୱଚ୍ଛ ନିର୍ବାଚନର ସଂକଳ୍ପରେ ଅନେକ ଦିଗ ରହିଛି। ଏଥିରେ ଅନ୍ତର୍ଭୁକ୍ତ ରହିଛି, ଭୋଟରମାନେ ଯେପରି ସହଜରେ ଏବଂ ବିନା ଭୟରେ କିମ୍ବା ଲୋଭରେ ଭୋଟ ଦେଇପାରିବେ । ସ୍ବଚ୍ଛ ନିର୍ବାଚନର ଆଉ ଏକ ଦିଗ ହେଲା ଭୋଟରମାନଙ୍କୁ ସୁଶିକ୍ଷିତ କରିବା । ନିର୍ବାଚନର ପ୍ରତି ପର୍ଯ୍ୟାୟର ସୂଚନା ସେମାନଙ୍କ ନିକଟରେ ଠିକ ଭାବରେ ପହଞ୍ଚାଇବା ବୋଲି କମିସନ କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/congress-fl.jpg)