କୁମାରସ୍ୱାମୀଙ୍କୁ କଂଗ୍ରେସରେ ବିରୋଧ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ବିଜେପି ହାତରେ ଶାସନ କ୍ଷମତା ନଦେବା ପାଇଁ କଂଗ୍ରେସ ଧରିଥିବା ରଣନୀତିକୁ କେତେକ ଦଳୀୟ ବିଧାୟକ ବିରୋଧ କରିବା ଆରମ୍ଭ କରିଛନ୍ତି। ଜେଡିଏସ୍‌କୁ ସମର୍ଥନ କରି ଏଚ.ଡି.କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଘୋଷଣା କରାଯାଇଥିବାରୁ ଏହା ଦଳ ପାଇଁ ଭବିଷ୍ୟତରେ ବିପଦ ସୃଷ୍ଟି ହେବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଅନେକ ବିଧାୟକ କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତାବକୁ ଗ୍ରହଣ କରିପାରି ନାହାନ୍ତି। ଯେଉଁଥିପାଇଁ କର୍ଣ୍ଣାଟକ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି । ଦଳ ପଛେ ଛାଡିଦେବେ କିନ୍ତୁ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିପାରିବେ ନାହିଁ ବୋଲି କିଛି ନେତା କହିବା ପରେ କଂଗ୍ରେସ ଏବେ ଅଡୁଆରେ ପଡ଼ିଯାଇଛି।

ସମ୍ବନ୍ଧିତ ଖବର