ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ନିମନ୍ତେ ଆଜି କଂଗ୍ରେସ ପାର୍ଟି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

Advertisment

ଏହି ତାଲିକାରେ ମଧ୍ୟପ୍ରଦେଶର ୧୪୪ଟି, ଛତିଶଗଡ଼ର ୩୦ଟି ଓ ତେଲେଙ୍ଗାନାର ୫୫ଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି।

ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରୁ କଂଗ୍ରେସ ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ଛିଣ୍ଡ୍‌ୱାରା ଆସନରୁ ପ୍ରାର୍ଥୀ କରିଛି। ସେହିପରି, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହଙ୍କୁ ରାଘିଘାଟ ଆସନରୁ ପ୍ରାର୍ଥୀ କରାଯାଇଛି।

publive-image Image Courtesy of NDTV

ଏହାଛଡ଼ା, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ଙ୍କ ବିପକ୍ଷରେ କଂଗ୍ରେସ ୨୦୦୮ ଟେଲିଭିଜନ୍‌ ଧାରାବାହିକୀ ‘ରାମାୟଣ’ରେ ହନୁମାନ ଭୂମିକାରେ ଅଭିନୟ କରିଥିବା ଅଭିନେତା ବିକ୍ରମ ମସ୍ତାଲ୍‌।

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ପାଟନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଟି. ଏସ୍‌. ସିଂହଦେଓ ଅମ୍ବିକାପୁର ବିଧାନସଭା ଆସନରୁ ପ୍ରତି‌ଦ୍ବନ୍ଦ୍ବିତା କରିବେ।

ତେଲେଙ୍ଗାନାରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଅନୁମାଲା ରେବନାଥ ରେଡ୍ଡୀ କୋଣ୍ଡାଙ୍ଗଲ୍‌ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବେଳେ ‘ସିଏଲ୍‌ପି’ ନେତା ଭଟ୍ଟି ବିକ୍ରମ ମାଲ୍ଲୁ ମାଧିରା ଜନଜାତି ସଂରକ୍ଷିତ ଆସନରୁ ପ୍ରାର୍ଥୀ ହୋଇଛନ୍ତି।