ଦଳକୁ ଝଟ୍‌କା: ମୁଖପାତ୍ରଙ୍କ ଇସ୍ତଫା

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାତ୍ର ଅଳ୍ପଦିନ ବାକି ଥିବା ବେଳେ ଗୁଜରାଟ କଂଗ୍ରେସ ମୁଖପାତ୍ର ରେଖାବେନ୍‌ ଚୌଧୁରୀ ଇସ୍ତଫା ଦେବା ଘଟଣା ଦଳ ପାଇଁ ସଂକଟ ବଢ଼ାଇ ଦେଇଛି। ରେଖାବେନ୍‌ଙ୍କ ଅଚାନକ ଏଭଳି ଇସ୍ତଫା ନେଇ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନଥିଲେ ବି ଗଣମାଧ୍ୟମ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ଖାଲି କଂଗ୍ରେସ ନୁହେଁ ବିଜେପି ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ଗତ ସପ୍ତାହରେ ବିଜେପି ନେତା ଏବଂ ପୂର୍ବତନ ସାଂସଦ କାଞ୍ଜିଭାଇ ପଟେଲଙ୍କ ସହ ତାଙ୍କ ପୁଅ ସୁନୀଲ ପଟେଲ ଦଳ ତ୍ୟାଗ କରିବା ପରେ ବିଜେପି ମଧ୍ୟ ଅଡୁଆରେ ପଡ଼ିଛି।

ସମ୍ବନ୍ଧିତ ଖବର